STORYMIRROR

Disambar Meher

Others

4  

Disambar Meher

Others

ସାଧବ ବୋହୂ

ସାଧବ ବୋହୂ

1 min
238


ମୌସୁମୀ ଆଗମନେ ସାଧବ ବୋହୂ 

   ହେଉଥିଲା ସଜ ପିନ୍ଧି ଲାଲ୍ ରଙ୍ଗର ବସନ

ବରଷା ଥମିଲେ ଆସୁଥିଲା ଚାଲି

    ଦେଖୁଥିଲା ପୃଥିବୀ ତାର ନବ ଯୌବନ

ନୂଆ ବଧୂପରି ଲାଜେଇ ଲାଜେଇ ଚାଲେ

   ନାଳୀ ନାଳୀ ଓଠେ ଚାପି ହସ 

ଆଉ ଦିଶୁନି ସେଇ ଦୃଶ୍ୟ

   କାହିଁ ଗଲା ସେ ସାଧବ ବୋହୂ 

କାହିଁକି କରୁନି ଆଜି ପହିଲି ବରଷାକୁ

   ଲାଲଟୁକ୍ ଟୁକ୍ ସାଧବ ବଧୂ ବେଶରେ ସ୍ଵାଗତ

ଲୁଚି ଗଲୁ କାହିଁ ସାଧବ ବୋହୁ ଲୋ 

        ଦେଖା ଦେଉନୁ ଆଉ ଜମା 

ଅଟକି ଯାଉଛି କବିର କଳମ

       ଦେବାକୁ ତୋର ଉପମା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍