Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

3  

Disambar Meher

Others

ଆସିଲା ବରଷା

ଆସିଲା ବରଷା

1 min
250



ଆକାଶର କଳା ବାଦଲ

    ମନରେ ଭରିଦିଏ ଆଶା

ମୟୂର ନାଚି ଉଠେ

   ଖୁସି ହୁଏ କେତେ ଚଷା ।


ଗୁଣୁ ଗୁଣୁ କରି ଗାଇଯାଏ

   ଆଦିବାସୀ, ଦେଶିଆ ଗୀତ

ସଜବାଜ କରେ ହଳ,ଲଙ୍ଗଳ

  ମାଟିକୁ ଭଲ ପାଏ ମାଟିର ମିତ ।


ଫୁଟିଲା ବାଲିରେ ଖୁଦ ଛତୁ

      ପକ୍ଵ ହେଲା ଜାମୁକୋଳି

ଛୁଆ ଦିନର ସେଇ ଡଙ୍ଗାଖେଳ

       କେବେ ବି ହବନି ସେ ଭୁଲି ।


ଦେଖ ହେ ସୁନ୍ଦର ଇନ୍ଦ୍ରଧନୁ

    ରାମଗଡୁ ଥିପାଡଙ୍ଗରକୁ ଲମ୍ବିଛି

ସପ୍ତରଙ୍ଗରେ ସଜେଇ ହେଇ

      ମୋ ଗାଆଁ ମାଟି ଆଜି ନିଆରା ଦିଶୁଛି ।


ବରଷା ଆସିଲା ଧରଣୀ ହସିଲା

         ହସିଲା ଏ ଜୀବଜଗତ

ପଶୁପକ୍ଷୀ ,ବନ ପରବତ ଗାଇଲେ

         ବରଷାରାଣୀର ମଙ୍ଗଳ ସଂଗୀତ ।


         

        

   


Rate this content
Log in