ମାଆର ଲୁହ
ମାଆର ଲୁହ
ଧାର ଧାର ବହିଯାଏ
ରୋକିବାର ନାଁ ଧରେ ନି
ଆମ ଗାଁ ଉଦନ୍ତୀ ନଦୀପରି
ତଡବଡ ହୋଇ ମାଡି ଆସେ
ଭସେଇ ଦିଏ ,ଉଜାଣି ଦିଏ
ଲଦି ହୋଇ ଯାଏ ଦୁଃଖର ପାହାଡ
ଭାଙ୍ଗିଯାଏ ପଂଜରା ହାଡ ।
ଏଇ ସେ ମାଲେନ୍ ବୁଢୀ
ହିଁ, କାହିଁ କେତେ ଦିନୁ
ବରଗଛ ମୁଲେ ବସି କାନ୍ଦୁଥାଏ
ଆଖକୁ ଦିଶୁନି କାନକୁ ଶୁଭୁନି
ତଥାପି ସେ ଯତ୍ନ କରିଛି
ଚିରା ପଣତକାନିରେ ବାନ୍ଧି ରଖିଛି
ପାଞ୍ଚ ଛଅଟି ଗଣ୍ଠି ।
ପୁଅ ପାଇଁ ସୁନା କିଣିବ
ସାଇତି ରଖିଛି ସବୁ ଟଙ୍କାତକ
କେବେ ସେ ଆସିବ,
କୁଆଁ କୁଆଁ ଡାକି ମାଁ ମୁହିଁ ଦେଖିବ ।
ଆଜି ମାଳେନ୍ ବୁଢି ଖୋଜୁଛି
ପେଟକୁ ଆଉଁସି କହୁଛି,
କାନ୍ଦନା ତୁନି ହେଇଯା
ଶ୍ରୀଘ୍ର ଆ ଶ୍ରୀଘ୍ର ଆ
ତୋ ମାଁ କାନ୍ଦୁନି ରେ,ହସୁଛି
ହା ହା ହା ......
ଡିସମ୍ବର ମେହେର
ଗଣ୍ତାବାହାଲି , ନୂଆପଡା
ମୋ-୭୮୯୪୭୮୮୧୩୫
