ଜୀବନ ଯାତ୍ରା
ଜୀବନ ଯାତ୍ରା


ହଜିବାକୁ ହେବ ଏ ମାୟା ସଂସାରରେ
ଖୋଜିବାକୁ ହେବ ଜୀବନର ମୂଳ ମନ୍ତ୍ର
କରିବାକୁ ହେବ ଭିନ୍ନ ଚରିତ୍ରେ ଅଭିନୟ
କେବେ ଜୀବନ୍ତ ପୁଣି କେବେ କେବେ ଯନ୍ତ୍ର ।
ହାରିବାର ଭୟକୁ ଦୂରେଇ ଦେଇ ମନୁ
ଜାଗ୍ରତ ରହିବାକୁ ହେବ ଆୟୁଧ ତୀଖ୍ଣ କରି
ସାଜିବାକୁ ହେବ କେବେ ରାମ କେବେ ପର୍ଶୁରାମ
ଅମୃତ ପ୍ରାପ୍ତି ଆଶାରେ ଲହୁଲୁହାଣ ଲଢ଼େଇ କରି ।
ବିଶ୍ଵାସ ବଳିପଡେ ଏଠି ପଇସାର ମାୟାଜାଲେ
ଛିନ୍ନ କରେ ସଂପର୍କ ଭାଙ୍ଗିଦିଏ ଧର୍ମ ପରମ୍ପରା
ଚିହ୍ନିବାକୁ ହେବ ଅବିଶ୍ୱାସୀର ବିଷ ମନ୍ତ୍ରଣା
କରିବାକୁ ହେବ ପଥର ହୃଦୟ ନହୋଇ ଧୈର୍ଯ୍ୟହରା ।
ଆଗେଇବାକୁ ହେବ ସମୟ ସହ ତାଲ ମେଲାଇ
ଚାଲିବାକୁ ହେବ କେତେ ବନ୍ଦୁର କଣ୍ଟକିତ ପଥ ଦେଇ
କଣ୍ଟାର ଆଘାତେ ଆହା କି ରକ୍ତ ଜର୍ଜ୍ଜରିତ ପାଦ କଷ୍ଟ
ତଥାପି ଆଗେଇବାକୁ ହେବ ପୁଷ୍ପ ବାଟ ଆଶା ନେଇ ।