STORYMIRROR

Disambar Meher

Abstract Inspirational Others

3  

Disambar Meher

Abstract Inspirational Others

କବି ଭାବ୍

କବି ଭାବ୍

1 min
129


ଖୁଲା ଆକାଶନେ

ଚେରେ ଚିରଗୁନ୍ ଉଡିଯାଛନ୍

ଉସତେ କବି ଠଅଁକେଇ ବସିଛେ

ତାକର୍ ଭାବ ଦିଆ ନିଆଁ

ପ୍ରେମର ଗହକି ନେ ହଜିଯେଇଛେ

ସବୁ ପ୍ରେମକେ ସଁକ୍ଲି ମୁନୁସ୍ କେ କହୁଛେ

ଦେଖ୍ ରେ ମୁନୁଷ୍ ଦେଖ୍ ଇ ଭାବକେ ଦେଖ୍

ନାଇଁ ଇନା ହଣାକଟା

ନାଇଁ ଇନ୍ ଛଲ୍ କପଟ୍

ଅଛେ ଖାଲି ଗୁରଦୁଟେ ଅଲି ଅର୍ଦଲି

କାଁ କରି ରଖିଛୁ ତୁ ଏତେ ଗରବ୍

ଆଜିର୍ ଜୀବନ୍ କେଲକେ ନେଇ

ହୁରୁଦ୍ ନେ ରଖ୍ ଗୁହେର୍ ଭାବ୍

କରମ୍ ଧରମ୍ କେ ଦେ ଧିଆନ୍

ମିଲମା ତତେ ମାନ୍ ,

ମିଲବା ସନମାନ

ଫେର୍ ଘେଁ ଦେଖ୍ଲା

ଝାର ଜଙ୍ଗଲ୍ ଗଛ୍ ପତର୍

ହାତଧରି ଡାକୁଛେ ଏ କବି

ଆ ବୁଲିଆ ମୋର୍ ସହରକେ

ଦେଖିପକା ମୋର୍ ଦୁନିଆଁ

ସାଗୁଆ,ନିରମଲ୍ ,ପରଛଲ୍

ସାଗୁଆ ପରକୁତିର କଥା

ଫେର୍ କହେଲା ମୁନୁସ୍ କେ ବଖାନି

ହେଇପାର୍ବୁକେ ବୁଢା ବରଗଛ୍ ମେତାର୍

ନାଇଁହେଲେ ସଁଙ୍ଗଖାଡି ବାଗିର୍

ରଚେକ୍ ଧୁକାଥି ପଟକି ଯିବୁ

ଶିଖ୍ ରେ ମୁନୁଷ୍ ସିଖ୍

ଶୁଖା ପତର ନାଇଁ ହେବୁ

କଁଚାପତର୍ ହ

ସାଗୁଆ ଦପ୍ ଦପି କରି

ଦୁନିଆଁ କେ ହସଉଥ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract