କବି ଭାବ୍
କବି ଭାବ୍
ଖୁଲା ଆକାଶନେ
ଚେରେ ଚିରଗୁନ୍ ଉଡିଯାଛନ୍
ଉସତେ କବି ଠଅଁକେଇ ବସିଛେ
ତାକର୍ ଭାବ ଦିଆ ନିଆଁ
ପ୍ରେମର ଗହକି ନେ ହଜିଯେଇଛେ
ସବୁ ପ୍ରେମକେ ସଁକ୍ଲି ମୁନୁସ୍ କେ କହୁଛେ
ଦେଖ୍ ରେ ମୁନୁଷ୍ ଦେଖ୍ ଇ ଭାବକେ ଦେଖ୍
ନାଇଁ ଇନା ହଣାକଟା
ନାଇଁ ଇନ୍ ଛଲ୍ କପଟ୍
ଅଛେ ଖାଲି ଗୁରଦୁଟେ ଅଲି ଅର୍ଦଲି
କାଁ କରି ରଖିଛୁ ତୁ ଏତେ ଗରବ୍
ଆଜିର୍ ଜୀବନ୍ କେଲକେ ନେଇ
ହୁରୁଦ୍ ନେ ରଖ୍ ଗୁହେର୍ ଭାବ୍
କରମ୍ ଧରମ୍ କେ ଦେ ଧିଆନ୍
ମିଲମା ତତେ ମାନ୍ ,
ମିଲବା ସନମାନ
ଫେର୍ ଘେଁ ଦେଖ୍ଲା
ଝାର ଜଙ୍ଗଲ୍ ଗଛ୍ ପତର୍
ହାତଧରି ଡାକୁଛେ ଏ କବି
ଆ ବୁଲିଆ ମୋର୍ ସହରକେ
ଦେଖିପକା ମୋର୍ ଦୁନିଆଁ
ସାଗୁଆ,ନିରମଲ୍ ,ପରଛଲ୍
ସାଗୁଆ ପରକୁତିର କଥା
ଫେର୍ କହେଲା ମୁନୁସ୍ କେ ବଖାନି
ହେଇପାର୍ବୁକେ ବୁଢା ବରଗଛ୍ ମେତାର୍
ନାଇଁହେଲେ ସଁଙ୍ଗଖାଡି ବାଗିର୍
ରଚେକ୍ ଧୁକାଥି ପଟକି ଯିବୁ
ଶିଖ୍ ରେ ମୁନୁଷ୍ ସିଖ୍
ଶୁଖା ପତର ନାଇଁ ହେବୁ
କଁଚାପତର୍ ହ
ସାଗୁଆ ଦପ୍ ଦପି କରି
ଦୁନିଆଁ କେ ହସଉଥ ।