STORYMIRROR

Hitendra Mohanta

Abstract

4  

Hitendra Mohanta

Abstract

ମହିଳା ଦିବସ

ମହିଳା ଦିବସ

1 min
443

ନାରୀ ପ୍ରୀତି ସତେ ଅଜାଡି ପଡୁଛି

    କୋଣେ କ୍ଷଣେ ଅନୁକୋଣେ

ନିର୍ଭୟା ଦୋଷୀର ଫାଶି ଖୁଣ୍ଟ ହସେ

    ଦଣ୍ଡ ଘୁଞ୍ଚା ପ୍ରହସନେ ॥

ଜାତିରେ ମାଟିରେ କି ଚୋରାପ୍ରୀତିରେ

    ଅଘଟଣ ପ୍ରତିକ୍ଷଣେ

କ୍ରୁର ପ୍ରବଞ୍ଚନା ମହିଳା ସୁରକ୍ଷା

    ମିଥ୍ୟା ସଶକ୍ତିକରଣେ ॥॥

ଫୁଲ ଦେଇ ଅବା ସଭା ସମିତିରେ

    ନାରୀ ପ୍ରଶସ୍ତିର ଗାନେ

ସବଳା ବଦଳେ ଆହୁରି ଦୁର୍ବଳା

    ସଂରକ୍ଷଣ ଆସ୍ଫାଳନେ ॥॥

ବିକାଶ ଲଭିବ ବିଶାଳ ହୃଦୟେ

    ନୁହେଁ ଦାନେ ଗାନେ ସ୍ୱପ୍ନେ

ଅନୁଦାନ ନୁହଁ ପ୍ରତିଦାନ ମାଗେ

    ଉଚ୍ଛସ୍ୱିତ ଭବ୍ୟ ପ୍ରାଣେ ॥॥॥



Rate this content
Log in

Similar oriya poem from Abstract