STORYMIRROR

Hitendra Mohanta

Abstract

3  

Hitendra Mohanta

Abstract

ମନେ ପଡେ କାହିଁ

ମନେ ପଡେ କାହିଁ

1 min
11.8K

ମନେ ପଡେ କାହିଁ ପ୍ରତି ନିଃଶ୍ୱାସରେ

   ଭଗ୍ନ କୋଣାର୍କର ପୂଜାର ଶୋଷରେ

ପ୍ରତିବିମ୍ବ ନାଚେ ଚପଳା ଜହ୍ନର

   ପ୍ରତିଧ୍ୱନି ଶୁଭେ ଝଙ୍କାର ଶେଷରେ

ଫଲଗୁର ଧାରା ପ୍ରତି ଧମନୀରେ

   ଅକୁହା ଆବେଗ କାଉଁରି ସ୍ପର୍ଶରେ

ଶିହରଣେ ତନୁ ନିଝୁମ ରାତିର

   ଅବୁଝା ତୃଷ୍ଣାର କସ୍ତୁରୀ ବାସରେ

ପୁଲକର ଝର ପ୍ରତି ସ୍ପନ୍ଦନରେ

   ମାୟାବୀ ସ୍ୱପ୍ନର ମଧୁ ଉଚ୍ଛ୍ୱାସରେ

ପ୍ରତିଛବି ଆଙ୍କେ ମଉଳା ପ୍ରେମର

   ଅଲୋଡା ସ୍ମୃତି ବି ପ୍ରୀତି ଆକାଶରେ

ସୋହାଗର ବାସ୍ନା ପ୍ରତି ମୁହୂର୍ତ୍ତରେ

   ବେସୁରା ମେଘର ଶ୍ରାବଣୀ ବେଶରେ

ବିରହର ଜ୍ୟୋତ୍ସ୍ନା ଫଗୁଣକୁ ଢାଙ୍କେ

   ଚୋରା ଚଇତିର ରାଗିଣୀ ହସରେ

ଭାବର ତରଙ୍ଗ ପ୍ରତିଟି କ୍ଷଣରେ

   ଯମୁନା ତଟର ଗୋପନ ରାସରେ

ମରୁ ମରୀଚିକା ମନ ଉପବନେ

   ଅନ୍ତରଙ୍ଗତାର ମୋହନ ଝାସରେ

ଝୁରେ ମନ କାହିଁ ପ୍ରତି ପଲକରେ

   ଛିଣ୍ଡା ସମ୍ପର୍କର ପୋଡା ପାଉଁଶରେ

ଆପଣା ଅଜଣା ଚିହ୍ନା ବି ଅଚିହ୍ନା

   ଆଶା ସାଉଁଟୁଛି ଭଙ୍ଗା ବିଶ୍ୱାସରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract