STORYMIRROR

Sasmita Das

Abstract Inspirational Others

3  

Sasmita Das

Abstract Inspirational Others

ମୋ ମାଆ

ମୋ ମାଆ

1 min
284

ଯିଏ ମୋତେ ଜନ୍ମ ଦେଇ ଏ ଦୁନିଆ କୁ ଆଣିଛି,

ଯିଏ ମୋ ହାତ ଧରି ଚାଲିବା ଶିଖାଇଛି,

ଯିଏ ମୋ କାନମୋଡି ପଢ଼ିବା ଶିଖାଇଛି ,

ଯିଏ ମୋତେ ଆଖି ଦେଖାଇ ଶାସନ କରିଛି,


                           ସେ ହିଁ ତ ମୋ ମାଆ


ଯିଏ ମୋ ହସରେ ହସିଛି-ଯିଏ ମୋ କାନ୍ଦରେ କାନ୍ଦିଛି,


ଯିଏ ମୋତେ ପୀଡ଼ା ହେଲେ ରାତ୍ରି ଅନିଦ୍ରା ହୋଇ‌ ମୋ‌ ସେବା କରିଛି,


ଯିଏ ମୋ ଭୁଲ୍ କୁ ତା ଆଖିର ଲୁହରେ ଧୋଇ ଦେଇଛି,


ଯିଏ ମୋ ସଫଳତାରେ ଗର୍ବିତ ହୋଇ ମଥା ଟେକି ଚାଲିଛି,


                           ସେ ହିଁ ତ ମୋ ମାଆ


ଯିଏ ଜୀବନର ଅଙ୍କାବଙ୍କା ରାସ୍ତାରେ କେବେ ବାଟବଣା ହୋଇନାହିଁ,


ଯିଏ ସକାଳୁ ସନ୍ଧ୍ୟା ଯାଏଁ କାମ କରି କେବେ ଥକି ପଡ଼ିନାହିଁ,


ଯିଏ ଜୀବନ ପରୀକ୍ଷା ରେ‌ କେବେ ହାରି‌ ଯାଇନାହିଁ,


ଯିଏ ନିଃସ୍ଵାର୍ଥପର ଭାବେ ପ୍ରେମ କରିବା ଭୁଲି ଯାଇନାହିଁ,


                           ସେ ହିଁ ତ‌ ମୋ‌ ମାଆ। 


ଯିଏ ମୋ ହିତପାଇଁ ମହାପ୍ରଭୁଙ୍କ ନିକଟରେ ଅହରହ ପ୍ରାର୍ଥନା କରୁଛି,


ଯିଏ ସମସ୍ତ ବିପଦରୁ ବଞ୍ଚାଇ ମୋତେ ତା ପଣତରେ ଘୋଡାଇ ରଖିଛି,


ଯିଏ ପ୍ରତ୍ୟେକ ପରିସ୍ଥିତିକୁ ଏକ ଅଟଳ ସ୍ତମ୍ଭ ହୋଇ ସାମ୍ନା କରୁଛି,


ଯିଏ ମୋ ପରିବାରକୁ ଏକ ଅବିସ୍ମରଣୀୟ ବନ୍ଧନରେ ବାନ୍ଧି ରଖିଛି,


                           ସେ ହିଁ ତ ମୋ ମାଆ


                            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sasmita Das

ମୋ ମାଆ

ମୋ ମାଆ

1 min ପଢ଼ନ୍ତୁ

Similar oriya poem from Abstract