ବାର ମାସ ଛଅ ଋତୁ
ବାର ମାସ ଛଅ ଋତୁ

1 min

423
ବଇଶାଖ ଜ୍ୟେଷ୍ଠ ଗ୍ରୀଷ୍ମର ମାସ
ଖରାରେ ନ ବୁଲି ଛାଇରେ ବସ ॥
ବର୍ଷାରେ ଆଷାଢ ଶ୍ରାବଣ ମାସ
ତିନ୍ତିଲେ ହୁଅଇ ସରଦି କାଶ ॥
ଭାଦ୍ରବ ସରିଲେ ଆଶ୍ୱିନ ପଶେ
କାଶତଣ୍ଡୀ ବାସେ ଶରତ ହସେ ॥
ମାର୍ଗଶୀର ଆସେ କାର୍ତ୍ତିକ ପରେ
ହେମନ୍ତର କାନ୍ତ ଶାନ୍ତ ଶିଶିରେ ॥
ପୌଷ ମାଘ ମାସ ଅଟେ ଶୀତର
ଜାଡ ଛାଡେ ଦେହେ ଥିଲେ ଚାଦର ॥
ଫାଲଗୁନ ଚୈତ୍ରରେ ଋତୁ ବସନ୍ତ
ମଳୟେ ବଉଳ ବାସ୍ନା ଦିଗନ୍ତ ॥
ଛଅ ଋତୁ ବାର ମାସର ନାମ
ମନେ ରଖି ପିଲେ ହୁଅ ଉତ୍ତମ ॥