STORYMIRROR

Binata Mohanta

Inspirational Others Children

5  

Binata Mohanta

Inspirational Others Children

କିଚିରିମିଚିରି ଶବଦେ.....

କିଚିରିମିଚିରି ଶବଦେ.....

1 min
461

ନିତିଦିନ ପ୍ରତ୍ୟୁଷରୁ ଶୁଭେ

ମନ୍ଦିରରୁ ଶଙ୍ଖ ଘଣ୍ଟି ଧ୍ୱନି

ମସଜିଦରୁ ଶୁଭେ କୋରାନ୍ ପାଠ

ଚର୍ଚରୁ ତରଙ୍ଗିତ ହୁଏ ଶଦ୍ଦ ବେଲର

ଯାହା ସ୍ବାଗତ କରନ୍ତି ସୂର୍ଯ୍ୟ ଉଦୟର ।।


ଏହିସବୁ ଶବ୍ଦଭଳି

ପ୍ରତିଦିନ ପାହାନ୍ତାରୁ ଶୁଭେ

ଆମ ବଗିଚାରେ ଥିବା

ସହସ୍ର ଚଟିଆଙ୍କ ସ୍ବର

ତାହା ଜଣାଏ ଆଗମନ ରବିଙ୍କର ।।


କିଚିରିମିଚିରି ଶବଦେ

କମ୍ପିଉଠେ ମୋର ଘର ଅଗଣା

କଳା ମାଟିଆ ମିଶା ରଙ୍ଗେ

ଗଢା ତାର ଦେଖି ଶରୀର

ଧନ୍ୟ ମଣେ ସୃଷ୍ଟି ବିଧାତାର ।।


ବଗିଚାର ସମସ୍ତ ଚଢ଼େଇ

ନିଜନିଜ ପ୍ରଜାତିର ଖୁବ ଚଳଚଞ୍ଚଳ

କରନ୍ତି କୋଳାରବ ଓ ତତ୍ପର 

ଏହି କ୍ଷୁଦ୍ର ପକ୍ଷୀଙ୍କର ଦେଖି ବ୍ୟସ୍ତତା 

ମୁଁ ମଧ୍ୟ ଅଳସପଣ ଦୂରକରି ହୁଏ ପ୍ରସ୍ତୁତ।।


ସୂର୍ଯ୍ୟାସ୍ତ ସମୟ ହୁଏ ନିକଟ

ପ୍ରତ୍ୟାବର୍ତ୍ତନ କରନ୍ତି ପକ୍ଷୀ ସମସ୍ତ

ମା' ଚଟିଆଟି ଶାବକ ମୁଖେ ଦିଏ ଦାନା ଟିଏ

ଏହି ଦୃଶ୍ୟ ଦେଖି ମନେ

ମାତୃତ୍ଵ ଭାବନା ହୁଏ ଜାଗ୍ରତ ।।


ପୁଣିଥରେ କିଚିରିମିଚିରି ଶଦ୍ଦେ 

କମ୍ପିଉଠେ ମୋର ଘର ଅଗଣା

ପ୍ରଦୋଷର ଆଗମନସହ ଆମ୍ବଗଛେ

ପ୍ରତ୍ୟେକଟି ଚଢ଼େଇ ହୁଅନ୍ତି ଅଦୃଶ୍ୟମାନ

ଓ କୋଳାହଳ ଶବ୍ଦ ହୁଏ ବିଲିନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational