ପିତାମାତା ସୁକଲ୍ୟାଣେ ପୁତ୍ରହୁଏ ସୁଖୀ
ପିତାମାତା ସୁକଲ୍ୟାଣେ ପୁତ୍ରହୁଏ ସୁଖୀ
ପିତାମାତା ସୁକଲ୍ୟାଣେ ପୁତ୍ର ହୁଏ ସୁଖୀ
ପୁତ୍ର ଯଦି ସୁଖୀ ହୁଏ କୁଳପାଳ ରଖି ।
ଏହି ଲୋକବାଣୀ ଯେବେ ଚେତନ୍ତା ମାନବ
ଦୁଃଖ ହାରି ସୁଖ ଲଭି ସକଳର ଶୁଭ ।
କହିବା ଆଗରୁ ମନ କଥା ବୁଝି ଯେବେ
ପାଦେ ଧ୍ୟାନ ରଖି କର୍ମେ ନିରନ୍ତର ସେବେ ।
ଉତ୍ତମ ପୁତ୍ରେ ନିଶ୍ଚୟ ହୁଅଇ ଗଣିତ
ରଖିପାରେ ସବୁବେଳେ ଚିତ୍ତ ପ୍ରଫୁଲ୍ଲିତ ।
ବାକ୍ୟେ ହେଉ ଅବା କର୍ମେ ନ ଦେଇଣ ବ୍ୟଥା
ମଥା ନୋଇଁ ପ୍ରକାଶିତ କରେ ବିନମ୍ରତା ।
ତାଙ୍କ ମଥା ପରେ ସ୍ନେହ ଶ୍ରଦ୍ଧା ଦିବ୍ୟ ଝର
ଅନ୍ତଃ କୋଣୁ ଝରି ପଡୁଥାଏ ନିରନ୍ତର ।
ପିତାମାତାଙ୍କ ସନ୍ତୋଷେ ସନ୍ତୋଷ ଦେବତା
ଶୁଭଫଳ ଲଭି ପୁତ୍ର ଜୀବନେ ବିଜେତା ।
ହତାଦରେ ରୂପାନ୍ତର ଓଲଟକିଳାରେ
ନ ସରଇ ଦିନ କାନ୍ଦିକାନ୍ଦି ସୁଖ ଦୂରେ ।
ପୁତ୍ରର ନଷ୍ଟଗତିରେ ଉତ୍ତର ଦାୟାଦ
କାଳାନ୍ତରରେ ବରଣ ଦୁଃଖ ଅପ୍ରମିତ ।
ବାପ ଖାଇଅଛି ତାଳ ପୁଅ ପାଇଁ କାଳ
ଏ ବି ଆମ ଲୋକକଥା ଚେତାନାର ଥଳ ।
ତଥାପି ନମାନି ଆଜି କୁସଂସ୍କାରୀ ପୁତ୍ର
ଜାଳି ଯାତନା ଜୁଇରେ ଲୁହ ଭରେ ନେତ୍ର ।
ଏଥିପାଇଁ ଦାୟୀ ପିତାମାତା ପରିବେଶ
ସ୍ବଚ୍ଛ ମନ ଥିଲେ ସିନା ବିରାଜ ହରଷ ।
କୁଭାବନା ପରିହରି ପ୍ରେମସୁଧା ବାଣ୍ଟି
ଜଣେ ଆନ ନିଦର୍ଶନେ ବଢ଼ାଇ ସନ୍ତୁଷ୍ଟି ।
ପିତାମାତାଙ୍କର ଆଶିଷର ଝର ବୋଳି
ସୁଖୀ ଜୀବନ ଧାରଣ ପବିତ୍ରତା ତୋଳି ।
