Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଜଳ ଦାନ ମହାପୁଣ୍ୟ

ଜଳ ଦାନ ମହାପୁଣ୍ୟ

1 min
208



ତପନ ତାତିରେ ଗ୍ରୀଷମ ଝାଞ୍ଜିରେ

ଜଳ ଦାନ ମହାପୁଣ୍ୟ

ପଥପ୍ରାନ୍ତ ଧାରେ ଜଳଛତ୍ର ମେଲେ

ସେଥିପାଇଁ ପୁଣ୍ୟବାନ ।


ତୃଷାରେ ତୃଷିତ ହୋଇ ଅସ୍ତବ୍ୟସ୍ତ

ପିଇଦେଲେ ଦୁଇ ଢୋକ

ଆତ୍ମା ହୁଏ ତୃପ୍ତି ମିଳଇ ପ୍ରଶାନ୍ତି

ଲିଭିଯାଏ ତୃଷା ଦୁଃଖ ।


ଆଶିଷର ଝର ଝରାଇ ଅନ୍ତର

ତୁଣ୍ଡରେ ବୋଲି ପ୍ରଶଂସା

ଦାନୀ ଜନଟିର ମନାସି ମଙ୍ଗଳ

ଚାଲିଯାଏ ନିଜ ଦିଶା ।


କରୁଣାଦ୍ର ଚିତ୍ତ ହୁଏ ବ୍ୟାକୁଳିତ

ପଶୁପକ୍ଷ୍ୟାଦିଙ୍କ ପାଇଁ

ଭରି ଜଳପାତ୍ର କରିଥାଏ ତୃପ୍ତ

ଯେଣୁ ଚେତନଟେ ସେହି ।


ପ୍ରକୃତିର ମିତ୍ର ସାଜନ୍ତି କେତେକ

ବୃକ୍ଷେ କରି ଜଳଦାନ

ବଞ୍ଚାଇ ତାହାଙ୍କୁ ଗ୍ରୀଷମ ତାପରୁ

ଲଭନ୍ତି ବି ମହାପୁଣ୍ୟ ।




Rate this content
Log in

Similar oriya poem from Inspirational