ମୋ ମାର୍ଗଦର୍ଶକ
ମୋ ମାର୍ଗଦର୍ଶକ
ମାତାଙ୍କ ଗର୍ଭରୁ ଯେବେ ଜନ୍ମ ଲାଭ କଲି ,
କୁଆଁ କୁଆଁ ରାବ ଦେଇ ଗୂକ ମ୍ପାଇଲି ।
ତୋଳି ନେଇ ମତେ ମାତା ଜଡାୟୁ ବକ୍ଷରେ ,
ଅଙ୍ଗରୁ ଅମୂତ ଧାରା ପାନ କରାଇଲେ ।
ସେହି ମାତା ଶିଖାଇଲେ ହସିବା କାନ୍ଦିବା ,
ଏବଂ ନାନା ଶବ୍ଦ କରି ଭାବ ପ୍ରକାଶିବା ।
ବସିବା ଶିଖିଲି ଗୁରୁଣ୍ଡିବା ଶିଖିଲି ,
ମୁଖରୁ ପ୍ରଥମ ଶବ୍ଦ ମାଆ ଉଚ୍ଚାରିଲି ।
ମୋର ଦ୍ୱିତୀୟ ଗୁରୁ ପିତା ତୁମେ ଅଟ ,
ମସ୍ତକରେ ମୋର ସଦା ଥାଉ ତୁମ ହାତ ।
ମାତା,ପିତା ତୁଲ୍ଯ ଗୁରୁ ଭଗ୍ନୀ ଏବଂ ଭ୍ରାତା ,
>
ତାଙ୍କ ପାଇଁ ଭକ୍ତି ଭାବ ମନେ ରହୁ ସଦା ।
ପୁଣି ଯେବେ ବିଦ୍ୟାଳୟ ନାମ ଲେଖାଇଲି ,
ବିଦ୍ୟା ଗୁରୁଙ୍କ ଠାରୁ ଶିକ୍ଷା ଲାଭ କଲି ।
ଅଜ୍ଞାନ ଅନ୍ଧକାରରୁ ଆଲୋକର ପଥ ,
ଦର୍ଶାଇ ଥାନ୍ତି ଗୁରୁ ନିତ୍ଯ ଅବିରତ ।
ଭବିଷ୍ଯତ ଜୀବନର ଝଡ଼ ଝଞ୍ଜା ପାଇଁ ,
ମୂଳଦୁଆ ଦେଲ ଗୁରୁ ଲଢିବା ପାଇଁ ।
ବିଦ୍ୟାଳୟ ଛାଡି ମହାବିଦ୍ୟାଳୟ ଗଲି ,
ବୂତ୍ତିଗତ ଶିକ୍ଷା ତହିଁ ଲାଭ କଲି ।
ଗୁରୁ ତୁମ ଶିକ୍ଷା ବଳେ ହେବି ମୁଁ ଶିକ୍ଷକ ,
ଡାକ୍ତର ହୋଇବ କି'ଏ କି'ଏ ହେବ ସୈନିକ ।