STORYMIRROR

Binodini Dash

Inspirational

4  

Binodini Dash

Inspirational

ଏକତା ହିଁ ବଳ

ଏକତା ହିଁ ବଳ

1 min
277

ଏକତା ହିଁ ବଳ ବାନ୍ଧିବାକୁ ଥଳ

ଯୋଗାଏ ସାହସ ଶକ୍ତି

ବିଶ୍ବାସ ରଜ୍ଜୁରେ ଅସୀମ ଧୈର୍ଯ୍ୟରେ 

ଭରି ଉତ୍ସାହ ଜାଗୃତି

ଅସାଧ୍ୟକୁ ସାଧନ

ସେଥିପାଇଁ ପରା ସର୍ବେ ହୋଇ ତୋରା

ସମାଜ ହିତରେ ଧ୍ୟାନ

ଶୁଭ ଫଳ ଲାଭ ନିତିଦିନ ।


ଅରି ଦର୍ପ ଚୂନା ଜାଗେ ସଦ୍ଭାବନା

ତୋଳିଲେ ଏକତା ମନ୍ତ୍ର

ଦିବ୍ୟ ସ୍ପନ୍ଦନ ପୁଲକରେ ମନ

ଗାଇ ଶାନ୍ତିର ସ୍ତୋତ୍ର

ପାବନରେ ପ୍ଳାବିତ

ମଙ୍ଗଳ ନିନାଦେ ଜୀବନ ଆହ୍ଲାଦେ

ପ୍ରେମ ଶ୍ରଦ୍ଧା କୋଳାଗ୍ରତ 

ଥାଏ ଚେତନା ସଦା ଜାଗ୍ରତ ।


ଚିନ୍ତା ଶୋକ ଦୁଃଖ ନଦେଖାଇ ମୁଖ

ରହଇ ବହୁତ ଦୂରେ

ଜାତୀୟ ସଂହତି ସଂସ୍କାର ସଂସ୍କୃତି

ଆବଦ୍ଧ ଐକ୍ୟ ଭାବରେ

ଭିଡ଼ି ଭ୍ରାତୃତ୍ବ ଡୋର

ଅତୁଟ ବନ୍ଧନେ ପ୍ରେମ ଆଲିଙ୍ଗନେ

ଭିଜାଇ ସର୍ବ ଅନ୍ତର

ଆହ୍ବାନ ଅନୁରାଗର ସ୍ବର ।


ଏକତ୍ବ ବନ୍ଧନ ଯେବେ ହୁଏ ଛିନ୍ନ

ଉଠଇ ଧ୍ବନି ବିଭିନ୍ନ 

ଈର୍ଷା ଅସୂୟାରେ ଅଜ୍ଞାନ ତିମିରେ

ଆପେଆପେ ସର୍ବେ କ୍ଷୀଣ

ବାହ୍ୟ ଶତ୍ରୁ ପ୍ରବେଶି

ଲୁଟଇ ସମ୍ପଦ ଭରଇ ବିଷାଦ

ବାହୁନଇ ମନହଂସୀ

ପାରେନି କେ ହୃଦୟ ଆଶ୍ବାସି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational