Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଧନ୍ୟ ଲୋ ମଙ୍ଗଳା ମାଆ

ଧନ୍ୟ ଲୋ ମଙ୍ଗଳା ମାଆ

1 min
232



ନବକଳେବର ଯୋଗ ପହଞ୍ଚିଲା

     କାତର ଦଇତାପତି

ମାହାପ୍ରୁଭୁ ଆମ୍ଭ ଶରୀର ଛାଡ଼ିବେ

    ଚିନ୍ତି ଫାଟିଯାଏ ଛାତି l


ମଙ୍ଗଳା ମାଆଙ୍କୁ ଶରଣ ପଶିଲେ

    କାକଟପୁରରେ ଯାଇ

ମହାପ୍ରଭୁ ଛାଡ଼ି କେମନ୍ତେ ବଞ୍ଚିବୁ

    କହ ମା' କରୁଣାମୟୀ l


ମଙ୍ଗଳା ବୋଇଲେ ବତ୍ସ ନ ଜାଣ କି

     ହେ ଆଦି ସେବକଗଣ ?

ମହାପ୍ରଭୁଙ୍କ ଏ ମାନବୀୟ ଲୀଳା

     ଶାସ୍ତ୍ରେ ଯା ଅଛି ପ୍ରମାଣ l


ମର୍ତ୍ତ୍ୟ ମଣ୍ଡଳରେ ଦେହଧାରୀ ଯେତେ

       କାଳେ ହୁଅଇ ମରଣ

ଜାତସ୍ୟ ହି ଧ୍ରୁବ ମୃତ୍ୟୁ ଏହା ସତ୍ୟ

    ଦେବତା ହେଲେହେଁ ଜାଣ l


କଥାଟିଏ ମୁହିଁ କହୁଛି ସରବେ ମନୁ

           ଛାଡ଼ ଭ୍ରାନ୍ତି ଚିନ୍ତା

ଦିବ୍ୟଦାରୁ ଗୋଟି ବତାଇ ଦେଉଛି

      ନିର୍ମାଣ ଦାରୁ ଦେବତା l


ବ୍ରହ୍ମକୁ ସଂସ୍ଥାପି ଦାରୁ ବ୍ରହ୍ମ ମୂର୍ତ୍ତି

     ଶ୍ରୀକ୍ଷେତ୍ରେ ଥାପ ବହନ

ଆତ୍ମା ଅବିନାଶୀ ଆତ୍ମା ବ୍ରହ୍ମରାଶି

     ଏ କଥା ହେବ ପ୍ରମାଣ l


ଜୀର୍ଣ୍ଣ ହେଲେ ବସ୍ତ୍ର ଦେହ ଯେହ୍ନେ

   ନୂଆ ବସ୍ତ୍ର କରେ ପରିଧାନ

ଏକ ଘଟ ଛାଡ଼ି ଅତ୍ମା ସେହିପରି

     ଆଶ୍ରେ ପୁଣି ଘଟ ଆନ l


ଧନ୍ୟ ଲୋ ମଙ୍ଗଳା ମାଆ ତୋ ମହିମା

      ବଖାଣି ପାରେ କି ନର

ବୁଝାଇଲୁ ମାଆ ଦଇତାପତିଙ୍କୁ

      ଦିବ୍ୟ ଜ୍ଞାନ ଏ ଶାସ୍ତ୍ରର l



Rate this content
Log in

Similar oriya poem from Inspirational