STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଲକ୍ଷ୍ମୀ ନାରାୟଣଙ୍କ ପଶାଖେଳ 

ଲକ୍ଷ୍ମୀ ନାରାୟଣଙ୍କ ପଶାଖେଳ 

1 min
3

ଲକ୍ଷ୍ମୀ ନାରାୟଣଙ୍କ ପଶାଖେଳ 

     ===============

ଶରଦ ପୂର୍ଣ୍ଣିମା ରାତ୍ରୀ ଉଦେ ନିଶାକର l

ଲକ୍ଷ୍ମୀ ଲକ୍ଷ୍ମୀନାହାଙ୍କର ପଡ଼ିଛି ବିଚାର ll

ସିଂହ ଦ୍ୱାରେ ଲାଗି ଅଛି ଭକ୍ତଙ୍କ ଗହଳି l

ଲକ୍ଷ୍ମୀନାରାୟଣଙ୍କର ଆଜି ପଶାକେଳି ll

ଶୁଦ୍ଧ ସୁବର୍ଣ୍ଣ କୋଠୀରେ ସୁବର୍ଣ୍ଣ ଆସନ l

ମହାଲକ୍ଷ୍ମୀ ସଙ୍ଗେ ପ୍ରୁଭୁ ଗରୁଡ଼ ବାହନ ll

ଜୁଅ କଉଡ଼ି ମୁଠିରେ ମେଲି ପଶାପାଲି l

କମଳାଙ୍କ ସହ ଖେଳ ପ୍ରଭୁ ବନମାଳୀ ll

ପ୍ରଥମ ମୁଠିରେ ଭକ୍ତ କଲେ ଜୟ ଜୟ l

ମୁକୁଟ ହାରିଲେ, ପ୍ରଭୁ ଲଭି ପରାଜୟ ll

ଦ୍ୱିତୀୟ ବାଜିରେ ହାରି ଜଗତ ଠାକୁର l

ବୋଲନ୍ତି ଲକ୍ଷ୍ମୀଙ୍କୁ ନିଅ ଗଳାରତ୍ନହାର ll

ତୃତୀୟେ ହାରିଲେ ପୁଣି କମଳ ନୟନ l

କମଳାଙ୍କୁ ବନ୍ଧାଦେଲେ ହସ୍ତର କଙ୍କଣ ll

ଚତୁର୍ଥବାଜିରେ ହାରି ପୁନଃ ଲକ୍ଷ୍ମୀନାହା l

ବୋଲନ୍ତି କୁଣ୍ଡଳଘେନ ସାଗର ତନୟା ll

ଆନଖେଳ ମହାପ୍ରଭୁ ଯହୁଁ ଗଲେ ହାରି l

ପ୍ରଭୁଙ୍କୁ ବାନ୍ଧିଲେ ମାତ ସାଗରସୁନ୍ଦରୀ ll 

ଏମନ୍ତ ବନ୍ଧାରେ ପ୍ରଭୁ ରାତ୍ରୀଗଲା ପାହି l

ପ୍ରଭୁ ବାର୍ତ୍ତାଦ୍ୟନ୍ତି ଭକ୍ତ ଜୁଆଖେଳନାହିଁ ll

ଜୟ ଜୟ ମହାଲକ୍ଷ୍ମୀ ଜୟ ତୁମ୍ଭ ଲୀଳା l

ଚରଣେ ତୋହର ମାଆ ଅଧମ ନମିଲା ll

                🙏🙏🙏

                    ଅର୍ଜୁନୀ

             -------------

ଅର୍ଜ୍ଜୁନୀ ଚରଣ ବେହେରା

ମୋ -୭୬୯୩୦୯୧୯୭୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational