STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପ୍ରବେଶ ହୋଇଲା ଶରତ କାଳ 

ପ୍ରବେଶ ହୋଇଲା ଶରତ କାଳ 

2 mins
1

ପ୍ରବେଶ ହୋଇଲା ଶରତ କାଳ 

       ===========

ପ୍ରବେଶ ହୋଇଲା ଶରତ କାଳ l 

     ନିର୍ମଳ ଦିଶିଲେ ସରସୀ ଜଳ ll 

ଶୁଭ୍ର କାଶଫୁଲ ଫୁଟି ରୁଚିରେ l 

   ମହୀ ମଣ୍ଡିଛନ୍ତି ଶ୍ୱେତ ଚାମରେ ll  

ହରିତଶୋଭାରେ ମଣ୍ଡିତ ମହୀ l 

   ଗିରିବନ ଶୋଭା ବର୍ଣ୍ଣି ନ ଯାଇ ll

କମଳ କୁମୁଦ ଫୁଟିଲେ ଧିରେ l 

     ଚୁମି ଭ୍ରମନ୍ତି ଭ୍ରମରେ ଭ୍ରମରେ ll 

ଏକାଳେ ଅଗସ୍ତୀ ଋଷି ପ୍ରବର l 

      ଚଳୁ କରିଥିଲେ ସପ୍ତ ସାଗର ll 

ସୁଖିଯାନ୍ତି ଏଣୁ ଜଳ ତଡ଼ାଗେ l 

     ଅଗସ୍ତି ନକ୍ଷତ୍ର ଉଦେ ସରଗେ ll 

ଶରଦ ରଜନୀ ଶୁଭ୍ର ଜୋଛନା l 

     ଶାରଦା ବରଦା ପୂଜା ଅର୍ଚ୍ଚନା ll 

ତାରାମେଳେ ଶୁଭ୍ର ଶରଦ ଶଶି l 

     ମଲ୍ଲିକା କୁସୁମ ପରାୟେ ଦିଶି ll 

ଭାଦ୍ରବ ଆଶ୍ୱିନ ଶରତ କାଳେ l 

     ପର୍ବ ପରବାଣି ଧାଇଁ ଆସିଲେ ll 

ହଳୀ ଜନ୍ମ, ଓଷା ଖୁଦୁରୁକଣୀ l  

     ସୁଲଳିତ ଗୀତ ପଲ୍ଲୀ ତରୁଣୀ ll 

କଂସ ନାଶଯିବ ଜନ୍ମିଲେ ହରି l 

     ବୃଷଭାନୁପୁରେ ରାଧା ସୁନ୍ଦରୀ ll 

ଭାଦ୍ରବମାସରେ ଗଣେଶ ପୂଜା l

     ଅଶିଣେ ପୂଜନ ମାଆ ଗିରିଜା ll 

ରାତିରେ ଫୁଟିଲେ ଗଙ୍ଗଶିଉଳି l 

      ପ୍ରଭାତୁ ଝଡ଼ିଲେ ସବୁ ମଉଳି ll 

ହର ଗଉରିଆ ହରଷେ ଫୁଟି l 

      ପଲ୍ଲୀବାଳି ସବୁ ପିନ୍ଧନ୍ତି ବାଟି ll 

ଜହ୍ନୀଓଷା କରି ସବୁ କନିଆଁ l

       ବର ମନାସନ୍ତି ଚନ୍ଦ୍ର ଉଦିଆ ll 

ଗୀତଶୁଣ ଫୁଲ ବଉଳବେଣୀ l 

    ଠିଆପୁଚି ନାଚ ଆସ ସଙ୍ଗିନୀ ll 

ପକ୍ବକ୍ଷେତ ଚାହିଁ କୃଷକେ ପ୍ରୀତ l 

      ଅଳପ ଅଳପ ପଡ଼ିଲା ଶୀତ ll 

ଶରତର ଅନ୍ତେ ବାଜିଲା ବାଜା l 

  ପୂଜାହେଲେ ବିଷ୍ଣୁପ୍ରୀୟା ପଦ୍ମଜା ll 

ଏମନ୍ତେ ରୁଚିର ଶରତ ଗଲା l 

    ଚାହୁଁ ଚାହୁଁ ହିମ ଋତୁ ଆସିଲା ll 

ପବିତ୍ର କାର୍ତ୍ତିକ ଏ ମାର୍ଗଶିର l 

     ରାତିରେ ପଡ଼ଇ ହିମ ଶିଶିର ll 

ମାର୍ଗଶିର ଅନ୍ତ ପଡ଼ିଲା ଜାଡ଼ l

     ଥରିଯିବ ଜାଣ ପଞ୍ଜରା ହାଡ଼ ll 

ଫୁଟିଲା ଟଗର ମଲ୍ଲି ତରାଟ l 

     ଜୟ ଜୟ ପ୍ରଭୁ ବିଶ୍ୱସମ୍ରାଟ ll 

              🙏🙏🙏

                  ଅର୍ଜୁନୀ 

          ---------------

ଅର୍ଜୁନୀ ଚରଣ ବେହେରା 

ମୋ -7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational