STORYMIRROR

Sudhanjali Mishra

Inspirational Others

3  

Sudhanjali Mishra

Inspirational Others

ଅର୍ଦ୍ଧାଙ୍ଗିନୀ

ଅର୍ଦ୍ଧାଙ୍ଗିନୀ

1 min
163


ସମାଜ ରୂପକ ରଥ ଦୁଇ ଚକ

ଜଣେ ନାରୀ ଜଣେ ପୁରୁଷ

ଜଣଙ୍କ ବିହୁନେ ଆଗକୁ ନମାଡେ

ସମାଜ ନହୁଏ ବିକାଶ ।।୧।।

ସ୍ବାମୀଙ୍କର ପାଶେ ସଦା ରହିଥାଏ

ନାଁ ଟି ତାହାର ଅର୍ଦ୍ଧାଙ୍ଗିନୀ

ସୁଖ ଦୁଃଖ ସାଥି ସମଭାଗୀ ହୁଏ

ମମତାମୟୀ ସେ ମାନିନୀ ।।୨।।

ଘରକୁ ସୁନ୍ଦର ଘରଣୀ ଥିଲେଟି

ତା ବିହୁନେ ଘର ଶ୍ରୀହୀନ

ସମସ୍ତଙ୍କୁ ସିଏ ସ୍ନେହରେ ବାନ୍ଧଇ

ସଦନ ହୁଏ ସ୍ବର୍ଗସମ ।।୩।।

ସୁଭାର୍ଯ୍ୟା ଅଟଇ ଉତ୍ତମ ବାନ୍ଧବୀ

କରି ନିଜକୁ ସମର୍ପଣ

ସମାଜରେ ଶାନ୍ତି ରଖିବା ସହିତ

ଘରେ ଶାନ୍ତି ବାତାବରଣ ।।୪।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational