STORYMIRROR

Sudhanjali Mishra

Fantasy Thriller

3  

Sudhanjali Mishra

Fantasy Thriller

ପ୍ରେମ ବୀଜ

ପ୍ରେମ ବୀଜ

1 min
11.9K

ଅଙ୍କେ ବହିଅଛି ବିଶାଳ ହୃଦୟ

ପ୍ରେମ ବୀଜ ଦିଏ ବୁଣି

ସବୁ ବୀଜ କିନ୍ତୁ ହୁଅନ୍ତିନି ଦ୍ରୁମ

କିଛି ନଷ୍ଟ ହୁଏ ପୁଣି ।।


ତଥାପି ବୁଣିବା ଅହରହ ଚେଷ୍ଟା

କରି ଅଛି ଦୃଢ଼ ବ୍ରତ

ଶାନ୍ତି ପ୍ରୀତି ମୈତ୍ରୀ ବାର୍ତ୍ତା ଦେଉଅଛି

କଲମ ଧରିଛି ହାତ ।।


କେତେକଙ୍କ ହାତେ କଲମ ଧରାଇ

ପ୍ରେମ ମଞ୍ଜି ଦିଏ ପୋତି

ଉତ୍ତମ ଚରିତ୍ର ସୁଗୁଣ ପ୍ରକାଶି

ସୁନାଗରିକ ବଢେ ଖ୍ୟାତି ।।


ପ୍ରେମ ଦ୍ରୂମ ଠାରୁ କରିନାହିଁ ଆଶା

କରିଛି କର୍ତ୍ତବ୍ୟ ମୋର

ପ୍ରେମ ସଦାଚାରେ କରି ଆପଣାର

ସମାଜେ ଚଳିଲେ ସାର ।।


ବିଶାଳ ସମାଜେ ଭାଇଚାରା ଭାବେ

ଅନେକରେ ମୁଁ ଯେ ଏକ

ଚାଲୁଥିବି ମୁହିଁ ସ୍ନେହ ପ୍ରୀତି ଦେଇ

ନାରୀ ଜନ୍ମ ମୋ 'ସାର୍ଥକ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy