Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Sudhanjali Mishra

Abstract


2  

Sudhanjali Mishra

Abstract


ମୁଖ ହସହସ,ହେ ନବ ବରଷ

ମୁଖ ହସହସ,ହେ ନବ ବରଷ

1 min 153 1 min 153

ମୁଖ ହସହସ,ହେ ନବ ବରଷ

ନବଜାତ ଶିଶୁ ମୁଖେ ନେଇ ହସ

ପାଦ ଥାପିଅଛୁ ହେ ନୂଆ ବରଷ

ଧରାର କୋଳେ ଅବତରି

ସର୍ବେ ଚାହିଁଛନ୍ତି ଅପଲକ ନେତ୍ରେ

ହାତରେ ଫୁଲତୋଡା ଧରି

ସଭିଙ୍କ ମନରେ ନବ ଉନ୍ମାଦନା

ସ୍ବାଗତ କରିବେ ନବ ସମ୍ଭାବନା

ଦୁଇ ହଜାର କୋଡିଏକୁ

ଆହେ ମହାବାହୁ କୃପା ତବ ହେଉ

ଜନ୍ମଭୂମି ମୋ ଓଡିଶାକୁ

ପ୍ରତି ବର୍ଷ ବାତ୍ୟା ବନ୍ୟା ଆଉ ଝଡି

ହୁଡୁହୁଡୁ ଫନି ଆସୁଛନ୍ତି ମାଡି

ଏବର୍ଷ ନଆସୁ ବିପଦ

ସଭିଙ୍କର ମନ ଆନନ୍ଦ ଉଲ୍ଲାସ

ରୁହନ୍ତୁ ସଭିଏଁ ନିରାପଦ

ସଂକଳ୍ପ କରୁଛି ନୂତନ ବର୍ଷରେ

ଗଛ ଲଗାଇବି ଅନେକ ଜାଗାରେ

ପରିବେଶ ହେବ ବିଶୁଦ୍ଧ

ବନ୍ୟା,ମହାବାତ୍ୟା ହେବ ନିୟନ୍ତ୍ରଣ

ହୁଅ ସର୍ବେ ସକଳ୍ପବଦ୍ଧ

         


Rate this content
Log in

More oriya poem from Sudhanjali Mishra

Similar oriya poem from Abstract