ମୁଖ ହସହସ,ହେ ନବ ବରଷ
ମୁଖ ହସହସ,ହେ ନବ ବରଷ
1 min
225
ମୁଖ ହସହସ,ହେ ନବ ବରଷ
ନବଜାତ ଶିଶୁ ମୁଖେ ନେଇ ହସ
ପାଦ ଥାପିଅଛୁ ହେ ନୂଆ ବରଷ
ଧରାର କୋଳେ ଅବତରି ....
ସର୍ବେ ଚାହିଁଛନ୍ତି ଅପଲକ ନେତ୍ରେ
ହାତରେ ଫୁଲତୋଡା ଧରି ....।
ସଭିଙ୍କ ମନରେ ନବ ଉନ୍ମାଦନା
ସ୍ବାଗତ କରିବେ ନବ ସମ୍ଭାବନା
ଦୁଇ ହଜାର କୋଡିଏକୁ ....
ଆହେ ମହାବାହୁ କୃପା ତବ ହେଉ
ଜନ୍ମଭୂମି ମୋ ଓଡିଶାକୁ ....।
ପ୍ରତି ବର୍ଷ ବାତ୍ୟା ବନ୍ୟା ଆଉ ଝଡି
ହୁଡୁହୁଡୁ ଫନି ଆସୁଛନ୍ତି ମାଡି
ଏବର୍ଷ ନଆସୁ ବିପଦ ....
ସଭିଙ୍କର ମନ ଆନନ୍ଦ ଉଲ୍ଲାସ
ରୁହନ୍ତୁ ସଭିଏଁ ନିରାପଦ .....।
