STORYMIRROR

Sudhanjali Mishra

Others

3  

Sudhanjali Mishra

Others

ମୁକ୍ତିର ଆନନ୍ଦ

ମୁକ୍ତିର ଆନନ୍ଦ

1 min
11.6K

ବନ୍ଦୀର ଜୀବନ ଖୁସି ନୁହଁ ମନ

ନୟନୁ ଲୋତକ ଯାଏ ବହି

ଶିକୁଳିରୁ ମୁକ୍ତ ଦେଖି ରିକ୍ତ ହସ୍ତ

ମୁକ୍ତିର ଆନନ୍ଦ ଦିଏ କହି ।।୧।।


ଦେଶ ସ୍ବାଧୀନତା ପାଇଁ ସୁରବୀର

ଦେଇଥିଲେ କେତେ ବଳିଦାନ

ସ୍ବାର୍ଥ ତ୍ୟାଗକରି ହୋଇଥିଲେ ବନ୍ଦୀ

ସ୍ବାଧୀନ ଆଣି ହେଲେ ମହାନ ।।୨।।


ଦୁଃଖ ଅଛି ବୋଲି ସୁଖ ଉପଲବ୍ଧି

ବିପରୀତ ଧର୍ମୀ ବାରିହୁଏ

ସମସ୍ୟା ଆସିଲେ ମିଳେ ସମାଧାନ

ମନୁଷ୍ୟ ଆହୁରି ଦୃଢ଼ ହୁଏ ।।୩।।


ବନ୍ଦୀ ଆତ୍ମକଥା ଲେଖି ଗୋପବନ୍ଧୁ

ଦେଶପ୍ରେମୀ କବି ସାଜିଥିଲେ

ଗୃହବନ୍ଦୀ ସାଜି କବିମାନେ ଏବେ

ଆସର ,ଅନ୍ ଲାଇନ୍ କଲେ ।।୪।।


ଖୋଲା ମଞ୍ଚପରେ ସାହିତ୍ୟ ସଭାରେ

ପ୍ରକୃତ ଆନନ୍ଦ ମିଳିଥାଏ

ଭେଟିଥାଉ ଆମେ ଲେଖକ ଲେଖିକା

ବର୍ତ୍ତମାନ ସ୍ମୃତି ମନଛୁଏଁ ।।୫।।

 


Rate this content
Log in