STORYMIRROR

Sudhanjali Mishra

Inspirational

3  

Sudhanjali Mishra

Inspirational

ତିନି ମାଙ୍କଡ଼

ତିନି ମାଙ୍କଡ଼

1 min
11.7K


ଗାନ୍ଧିଙ୍କର ତିନି ମାଙ୍କଡ଼

ସୂଚାଉଥିଲେ ତିନି କଥା

ରହିଛି ଯୁଗଯୁଗ ପାଇଁ

ହୋଇଣ ଅମର ସେକଥା ..।।

ମନ୍ଦ ଶୁଣିବନି କାନରେ

ମନ୍ଦ ଦେଖିବନି ଆଖିରେ

ମନ୍ଦ କହିବନି ମୁଖରେ

ମନପକାଅ ସେ କଥାରେ ..।।

କାର୍ଯ୍ୟରେ କେତେ ଲଗାଇଣ

ହୋଇଛନ୍ତି ମହାପୁରୁଷ

ଆଉ କରି କେତେ ପାଳନ

ସେ ରଚିଛନ୍ତି ଇତିହାସ ...।।

ସଦା ଭଲ କଥା ଦେଖିବ

କମ୍ପ୍ୟୁଟର,ଦୂରଦର୍ଶନେ

ରାମାୟଣ,ମହାଭାରତ

ଲଗାଇ ଆଦର୍ଶ ଜୀବନେ ..।।

ସଦା ମିଠା କଥା କହିବ

ପରକୁ କରି ଆପଣାର

ଶତ୍ରୁ ମଧ୍ୟ ମିତ୍ର ହୋଇବ

କଥା ଜାଣି କହି ସୁନ୍ଦର ...।।

ଭଲ କଥା ସଦା ଶୁଣିବ

ବାଣୀ ବେଦ ଉପନିଷେଦ

ଭାଗବତ,ଲକ୍ଷ୍ମୀ ପୁରାଣ

ଦିଅଇ ମନକୁ ଆମୋଦ ...।।

    



Rate this content
Log in

Similar oriya poem from Inspirational