ଆଲିଙ୍ଗନ
ଆଲିଙ୍ଗନ
ଅଦିନିଆ ସ୍ବପ୍ନମାନଙ୍କୁ ନେଇ
ସଜାଡିବାରେ ଲାଗିଛି
ବଉଳର ମହମହ ବାସ୍ନାରେ
ବାସ୍ନାୟିତ ଧରିତ୍ରୀ
ତଥାପି
କାହିଁକି ଆଜି ମଉଳି ଯାଇଛି
ବାସନ୍ତିକ ପ୍ରକୃତି
ସତେକି,କୋଇଲି
ଖତେଇ ହୋଇ,ବିଦ୍ରୁପ କରି କହୁଛି
ମାନବ ଜାତିକୁ
ସତର୍କରବେଳ ଆସିଯାଇଛି
ବୈଶାଖର ନିଷ୍ଠୁରତା
ଗ୍ରାସିବ ମେଦିନୀ
କରିବ ଆଲିଙ୍ଗନ ମୃତ୍ୟୁକୁ
ଅଂଶୁଘାତରେ ଡ଼ହଳବିକଳ
ତାପିତ ଜୀବନ
ଭୋଗିବାକୁ ଅଛି ଅନେକ କଷଣ
ଜଳାଭାବେ ସହ
ବିଦ୍ୟୁତକାଟ ଘନଘନ
ତଥାପି ,ହାରିନ
ଦାରିଦ୍ର୍ୟ କଷାଘାତରେ
ପେଷିହୋଇ କରୁଛ କି
ଆତ୍ମବଡିମାର ଜୟଗାନ
କରୋନା ସାଙ୍ଗକୁ ଆସୁଛି ଅମ୍ପାଂନ
ନକରି ପାରି ସମାଧାନ
ପ୍ଳାଷ୍ଟିକର ବ୍ୟବହାର କରିଥିଲ ଦିନେ
ମାଟିରେ ନମିଶି ଗଦା ହୋଇଛି
ଅଳିଆ ପାହାଡ଼ ସମାନ
ଏବେ ବି, ସମୟ ଅଛି ତୋ ହାତରେ
ହେ ମାନବ ! ହୋଇଯା ସାବଧାନ
