STORYMIRROR

Sudhanjali Mishra

Abstract

2  

Sudhanjali Mishra

Abstract

ବିଦାୟ ୨୦୧୯

ବିଦାୟ ୨୦୧୯

1 min
264


ବିଦାୟ ଦେଉଛି ତୋତେ ରେ ବରଷ

ଦୁଇ ହଜାର ଉଣେଇଶି

ଯାଆ ଚାଲି ଯା' ତୁ ଦୂରକୁ ଦୂରକୁ

ଚାଲି ଯା'ରେ ତୁ ହସି ହସି ।।୧।।

ଆଣିଥିଲୁ କେତେ ନୂଆ ଆଶା ଆଉ

ଭରସା,ସଂକଳ୍ପ ଜୀବନେ

କେତେ ହେଲା ପୂର୍ଣ୍ଣ ଆଉ କେତେ ବାକି

ଅଛି କରିବାକୁ ଏମନେ ।।୨।।

କହୁଛି ତୋତେ ରେ କରିବି ପୂରଣ

ଆଗାମୀ ନୂତନ ବରଷେ

ଦୁଃଖ ତୁ ନକର ନିୟତି ବିଚାର

ଚାଲିଯା 'ତୁ, ମନ ହରଷେ ।।୩।।

ଦେଇଛୁ ତୁ କେତେ ଆନନ୍ଦ ଶରଧା

ସମ୍ମାନ ଆଉ ବା ବିଶ୍ବାସ

ତା ସାଙ୍ଗରେ ମଧ୍ୟ ଦେଇଛୁ ତୁ କିଛି

କରି ଦୁଃଖି ଅଣନିଃଶ୍ବାସ ।।୪।।

କରୁନାହିଁ ତୋତେ ଅଭିଯୋଗ କିଛି

ଭାଗ୍ୟକୁ ଆଦରି ପଡିଛି

ନୂତନ ବର୍ଷକୁ କହିବୁ ତୁ ଯାଇ

ଖୁସି ପସରାକୁ ଚାହିଁଛି ।।୫।।


Rate this content
Log in

Similar oriya poem from Abstract