STORYMIRROR

Prafulla Kumar Tripathy

Abstract Others

3  

Prafulla Kumar Tripathy

Abstract Others

ତୋ ପାଇଁ କାଳିଆ

ତୋ ପାଇଁ କାଳିଆ

1 min
342

ମୁଁ ଯେବେ ବିଦାୟ ନେବିରେ କାଳିଆ

ମୋ କବିତା ତତେ ଅଲଡା ହେବ

ତୋ ମୋ ଭିତରେ ଏମିତି ଭାବ

ଆଉ କୋ ଠାକୁର ବୁଝିବ ।

ତୋହରି ପାଇଁ ଲେଖୁଛି ମୁଁ କବିତା

କାଳିଆରେ କେତେ ଗାଳି ତତେ ଦେଇ

ମୁଁ ମରିଗଲା ପରେ ଏଗାଳି ତୁ ଆଉ

କେବେବି ଶୁଣିବୁ ନାହିଁ ।

ଗାଳି ସିନା ତତେ ଦେଇଛି ମୁଁ

ତ ପାଖରେ ଅଭିମାନ କରି

ସେହି ଗାଳିରେ ମୋ ଭକ୍ତି ପ୍ରେମ ରହିଛି

ଜାଣିଛକି ଜଗତରନାଥ ହୋଇ ।


Rate this content
Log in

Similar oriya poem from Abstract