STORYMIRROR

Prafulla Kumar Tripathy

Abstract

3  

Prafulla Kumar Tripathy

Abstract

ଅପେକ୍ଷା କର

ଅପେକ୍ଷା କର

1 min
30

ଅପେକ୍ଷା କର!

ଅନ୍ୟ ଏକ ସୁଲଗ୍ନ ସକାଳ 

ଆସିବା ପର୍ଯ୍ୟନ୍ତ 

ଏ ରାତିକୁ ଶୋଇବାକୁ ଦିଅ

ଅପେକ୍ଷା କର।

ସମୟ ଏବେ ଆସନ୍ନ ପ୍ରସବ 

ଧର୍ଯ୍ୟଧର 

ଯନ୍ତ୍ରଣାର ଅବସାନ ଆଣି 

ଯେଉଁ ଶିଶୁ ଭୂମିଷ୍ଠ ହେବ,

ତା ପାଇଁ ଅପେକ୍ଷା କର।

ଆଜିକୁ ହଜେଇ ଦେଲେ କାଲିର କୋଳ 

କାଲି ପୁଣି ଆଜି ହୋଇଯିବ 

ଆଉ ତମେ, ନବଗତ ହାତେ ତୋଳି ଦେବ 

ଏ ବିଶ୍ୱର ଭାଗ୍ୟ 

ସେ ପର୍ଯ୍ୟନ୍ତ ଅପେକ୍ଷା କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract