STORYMIRROR

Prafulla Kumar Tripathy

Romance

4  

Prafulla Kumar Tripathy

Romance

ଶାମୁକାର ଲୁହ

ଶାମୁକାର ଲୁହ

1 min
341

ବହୁ କଷ୍ଟରେ ସମ୍ଭାଳି ଥିବା 
ମୋର ମନକୁ ତୁମେ ଏମିତି କେମିତି 
ଅତର୍କିତ ଭାବେ ଛୁଇଁ ପଳାଅ ?
ମଧୁପ୍ରୀତି ସୃତିର ମହକ 
ପଲ୍ଲବୀତ ହୋଇଯାଏ।
ମୋ ଦୁଃଖତ ଚେହେରାକୁ 
ଆବେଗର ସ୍ରୋତରେ ଚିହ୍ନଟ ହୋଇଯାଏ 
ମାଟିରୁ ଆକାଶ କ୍ଷଣକ ଭିତରେ 
ଆପେ ଆପେ ବଦଳିଯାଏ।
ସଂପ୍ରତିକ ଋତୁ ରଙ୍ଗ 
ହୃଦୟର ଅଥଳ ଅଞ୍ଚଳରେ 
ସପ୍ତଶଯ୍ୟାର ବାଲୁକା ସେଜରେ 
ଶୋଇ ଥିବା ଶାମୁକାର ଭାଙ୍ଗିଯାଏ ନିଦ 
ସମୁଦ୍ର ପୃଷ୍ଠାରେ ଅଧୀର ଆବେଗ ତରଙ୍ଗ 
ହୋଇଯାଏ ଶାମୁକାର ଲୁହ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance