STORYMIRROR

Prafulla Kumar Tripathy

Romance

4  

Prafulla Kumar Tripathy

Romance

ମୋ କବିତାରେ ନାୟିକା କିଏ ?

ମୋ କବିତାରେ ନାୟିକା କିଏ ?

1 min
51

ତୁମକୁ ପାଖରେ ଦେଖି 

କବିତା ଲେଖିଲେ 

ତୁମକୁ ଲାଗଇ ଭଲ।

ତୁମକୁ ଦେଖି ଗଳ୍ପ ଲେଖିଲେ 

ତୁମେ ହୁଅ କାହିଁ କଲବଲ।

କବିତା ପୃଷ୍ଠାରେ ସବୁକଥା 

ଖୋଲି ଲେଖି ହୁଏ ନାହିଁ 

ଗଳ୍ପ ପୃଷ୍ଠାରେ ସବୁ ଲେଖିବାରେ 

ଅସୁବିଧା କିଛି ନାହିଁ।

ତୁମ କଥା ନେଇ ଅନେକ କବିତା 

ଅବଶ୍ୟ ହୁଅଇ ଲେଖା 

ଗଳ୍ପ ପୃଷ୍ଠାରେ ନିଖୁଣ ଭାବରେ 

ତୁମ ସାଥେ ହୁଏ ଦେଖା

ପାଠକେ ଏହାର ରହସ୍ୟ ବୁଝେନି 

ପଢି ହୁଏ ହଲ ଚଲ।

କିଛି ଲୋକ ପଚାରନ୍ତି ମୋତେ 

ଏ କବିତାର ନାୟିକା କିଏ ?

କେମିତି କହିବି କାହାକୁ କହିବି 

ଏ ନାୟିକା ଜଣକ ମୋର ଇଏ।

ନିଜକୁ ନିଜେ ମୁଁ ଧନ୍ୟ ମଣୁଥାଇ 

ପାଠକେ ଆଦୃତ ପାଇ 

ତୁମ କଥା ଲେଖି ସାର୍ଥକ ମୋହର 

କହୁଛି ମୁଁ ତୁମ ରାଣ ଖାଇ।

ସତ କହିଦେଲେ ଘେରିଯିବେ ମୋତେ 

ସାହିତ୍ୟକ ବନ୍ଧୁ ଗଣ 

ମୋ କବିତାର ତୁମେ ମୋ ନାୟିକା 

ମୁଁ ତୁମ ନାୟକ 

ଶପଥ କରୁଛି ଆଜି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance