STORYMIRROR

Prafulla Kumar Tripathy

Classics

4  

Prafulla Kumar Tripathy

Classics

କିଛି ଶବ୍ଦ ଦିଅ

କିଛି ଶବ୍ଦ ଦିଅ

1 min
333

କିଛି ଶବ୍ଦ ଦିଅ ମୋତେ 
ମୋ କବି ହେବାର ନିଶାକୁ 
କିଛି ଶବ୍ଦ ଦିଅ !
ଭାଙ୍ଗି ବାକୁ ପୃଥିବୀର ନିଦ।
ସ୍ୱର ଦିଅ ସ୍ୱର ଦିଅ 
କିଛି ଶବ୍ଦର ସ୍ୱର ଦିଅ 
ସାଜିବାକୁ ସାମାଜିକ କଣ୍ଠ 
କାଟିବାକୁ କାପୁରୁଷର ବାଟ 
ଫିଙ୍ଗିବାକୁ ଦୈନ୍ୟ ପ୍ରମାଦ 
ଜାଣିବାକୁ ଅନ୍ୟର ବିଷାଦ 
ହୃଦୟର ପ୍ରଶସ୍ଥ ନିନାଦ 
ଏଇଥି ପାଇଁ ତ ପ୍ରଭୁ 
ପ୍ରାର୍ଥନା ମୋହର
କର ମୋତେ ପାଦ ଧୂଳି ତଵ।
ତୁମେ ମୋର ଜୀବନର 
ମହୋଦଧି ପୁଣି କଳ୍ପଦ୍ରୁମ 
ଧ୍ୟାନସ୍ଥ କରି ଦିଅ ମୋତେ 
ଜାଣିବାକୁ ଜୀବନର ନିଗୁଢ଼ ସତ୍ୟ 
ତେଣୁ ତୁମେ ଅନନ୍ତ ସତ୍ୟର ଦେବ।
ଜୀବନର ମୂଲ୍ୟ ବୋଧକୁ 
ବୁଝିବାକୁ ଏ ଭରହଷ୍ଟ ସମାଜକୁ 
ଦିଅ ମୋତେ ସାହସ ଶକ୍ତି
ଯେଣୁ ତୁମେ ପରମ ସତ୍ୟର ସନ୍ଧାନ।
ଛୁଇଁ ଦିଅ ଥରେ ଅନୁକମ୍ପାର ଡୋର 
ଶୋଇ ଥିବ ଚେତନାରେ ମୋର 
ଜାଗ୍ରତ ହୋଇ ପାଇବ ସେ ନୀର 
ଫଳବନ୍ତ ହୋଇ ଜିବ ମୋ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics