STORYMIRROR

Lipika Mahapatra

Classics

3  

Lipika Mahapatra

Classics

ଅଭିଯୋଗ

ଅଭିଯୋଗ

1 min
171


ସରିସରି ଆସେ ମୁଠାରୁ ବାଲି

ଆଜି କଥାସବୁ ପୁରୁଣା କାଲି

ମୋର ମୋର କେତେଯେ କହିବି

କାହାକୁ କହିବି ନିଜର ବୋଲି ?

ଅଜଣା ପଥପରେ ପାଦ ଥାପିଛି

ହାତଧରିବାକୁ ଡାକିଚାଲିଛି

ଏ ଅଳି ଅର୍ଦ୍ଦଳି ତୁମପାଖେ ଢାଳି

ଗୁହାରୀ ଘେନ ବୋଲି ଜଣାଉଅଛି ?

ଯିବାକୁ ତ ଅଛି ଅନେକ ଦୂର

ବାଧାବିଘ୍ନରେ ଭରା ପଥ ମୋର

ତୁମେ କି ହୁଅନ୍ତ ମୋର ସାରଥୀ

ରଥ ଗଡ଼ନ୍ତା ସରଳ ସୁନ୍ଦର ?

ନାମ ସଂକୀର୍ତନ କେତେ ଯେ କଲି

ଅହରାତ୍ର ପ୍ରତୀକ୍ଷାରେ ସାରିଲି

ଚତୁର୍ଦ୍ଦିଗେ ଆଖି ବିଛେଇ ବସିଛି

ତୁମେ କି ଆସିବ ଦେଖିବି ବୋଲି ?

ମୋ ବୟସ ସୂର୍ଯ୍ୟ ହେଲେଣି ଅସ୍ତ

ଅନ୍ଧକାର ଘଟେ ଚତୁର୍ଦ୍ଦିଗନ୍ତ

ସମସ୍ତ ବସନ୍ତ ସରିସରି ଶାନ୍ତ

କ୍ଷୀଣ ଅବୟବ ଅପେକ୍ଷାରତ ?

ଅଭିମାନ ମୋର ମନେ ଗୁଣିବ

ଅଭିଯୋଗ ପତ୍ର ଥରେ ଦେଖିବ

କରଯୋଡି କ୍ଷମା ମାଗେ ତୁମ ପାଦେ

ଅଭିଯୋଗ ଅର୍ଜି ପୁରା କରିବ ?


Rate this content
Log in

Similar oriya poem from Classics