STORYMIRROR

Lipika Mahapatra

Tragedy Others

4  

Lipika Mahapatra

Tragedy Others

ବୀର ଫେରିବ

ବୀର ଫେରିବ

1 min
397


ସୀମନ୍ତେ ସିନ୍ଦୂର ଓଠେ ନାଲିଧାର

ସଜେଇ ବସି ବାଟକୁ ସେ ଚାହେଁ

ଅଳତାର ଗାର ପାଦ ଧାରେ ନାଇ

ହାତେ ପାଣିଚୁଡ଼ି ଭରସା ଦିଏ.......

ସୀମନ୍ତ ସିନ୍ଦୂର ଫେରେଇ ଆଣିବ

ସୀମାନ୍ତରୁ ତୁମକୁ ପାଶେ ଦେଶେ

ଅଧର ଅବିର ଅଧିର କରିବ

ଘର କୁ ଫେରିବ ମନ ହରଷେ.......

ଏ ଅଳତା ଗାର ଆନନ୍ଦର ଝର

ସ୍ବଦେଶେ ପାଦ ଥାପିଲେ ବୋହିବ

ଚୁଡ଼ି ଝଣଝଣେ ହୃଦତନ୍ତ୍ରୀ ଥରି

ସହସା ହେ ବୀର ଅବତରିବ.........

ଏ ମାଟି ବକ୍ଷରେ ପାଦ ଥାପି ଥାପି

ସୁଖପାଇ ସୁଖଦେଇ ଯେ ଯିବ

ବୀର ସୈନିକର ଧ୍ବଜା କୁ ଉଡେଇ

ମଥାପରେ ନାଲି ଟୀକା ଭରିବ.......

ଠୋପାଏ ରକ୍ତରେ ଜାଳିବ ପ୍ରଦୀପ

ଵିନ୍ଦୁଏ ଆଶାରେ ମନ ଭରିବ

ଟୋପାଟୋପା ଘର୍ମବିନ୍ଦୁ ଝରୁଥିବ

ସିନ୍ଧୁଏ ଭରସା ମନ ବଳ ହେବ.......


ଏ ବୀରକୁ ବରି ବିରହୀ ସିନା ମୁଁ

ମୋ ପଣତେ ବନ୍ଧା ସରାଗ ସତେ 

ନିଜର ମାଟିକୁ ଫେରି ଆସିବାକୁ

ଅନୁନୟ ପ୍ରଭୁ ପାଦେ ଯେ କେତେ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy