ଅସ୍ତିତ୍ବର ଜନ୍ମ ଅନ୍ତ
ଅସ୍ତିତ୍ବର ଜନ୍ମ ଅନ୍ତ
1 min
142
ଆକାଶର ରଙ୍ଗ ଯଦି
ଉଡ଼ି ଉଡି ଯାଏ
ଲାଗେ ସତେ ଅଂଚଳ ତଳେ
ସେ ଲାଜାଏ
ଭସା ବାଦଲରେ ଆଲ୍ହାଦେ
ଢେଉ ଖେଳେ
ସୃଷ୍ଟିର ବିଚିତ୍ରତା ସତେ
ଭିନ୍ନ ରୂପେ ଭାଳେ
ରଙ୍ଗ ତୁଳୀରେ ଆକୃତି ଆପେ ଆଙ୍କିହୁଏ ।
ବିଶାଳ ନିଚ୍ଛକ ଉତ୍ତରୀୟ
ମଥାପରେ ସତେ
ନଶ୍ୱର ସତ୍ତାର ସେ
ସଲଜ୍ଜତା ସମ୍ଭାଳେ
ସାରା ସଂସାର ସହୃଦେ
ଖିଲିଖିଲି ହସେ
ନଭପ୍ରେମେ ମଜ୍ଜି ସଦା
କାଳେକାଳେ
ଇନ୍ଦ୍ରଧନୁ ଓଠେ ତାର
ଶୋଭା ମାଖେ
ଧରଣୀର ଛାତିଭରା ପ୍ରଣୟ ସତ୍ତାରେ ।
ଏ ଆକାଶର ଛାଇ
କେ ଦେଖିଚି କି
ଏ ଭୂମି ପରେ
ବିଛୁରିତ ହେବାର
ନା ହେବ ନା ଏ ଆଖି
କେବେ ଦେଖିବ
ଉପରୁ ଲୁହ ଝରି
ସିକ୍ତ ହୁଏ ମାଟି
ପିଇ ପିଇ ଛାତିଖୋଲି ସବୁଦିଏ ଭେଟି
ଏଠି ମୋର ଅସ୍ତିତ୍ବର ଜନ୍ମ
ଅନ୍ତ ମଧ୍ୟ ଏଠି ।