STORYMIRROR

Lipika Mahapatra

Others

3  

Lipika Mahapatra

Others

ଅଳି

ଅଳି

1 min
112


ଏ ଆଷାଢ଼ର "ଆଦ୍ୟବର୍ଷା "

ଅସରାଏ ଢାଳି ଅସରନ୍ତି

ଅଳି କରେ

ଆରବର୍ଷର ଅଭିମାନ ଭରି

ଅଝଟିଆ ହୁଏ

ଆଡ କରିଦିଏ ମୋତେ

ମୋ ଅଗୋଚରେ

ଏ ଅଣଦେଖାପଣ ତାର

ଅସ୍ତବ୍ୟସ୍ତ କରେ

ଅଭ୍ୟନ୍ତର ସ୍ତରକୁ

ଆନମନା ହୁଏ ମନ....... ଅଜାଣତେ।

ମୁଁ କିନ୍ତୁ

ଅନୁଧ୍ୟାନ କରିଥାଏ ତା

ଆଗମନର ସେଇ ଅନୂଢ଼ା

ଅପରୂପ ଶୋଭାକୁ

ଧରା ପରେ ତା

ଝରଝର ଧାରକୁ

ଅରଜେ ଅବୟବ ମୋର

ଅସଂଖ୍ୟ ତୃପ୍ତିକୁ।

ମୁଁ ମଧ୍ୟ ଖୋଲିବାକୁ ଚାହେଁ

ଅବ୍ୟକ୍ତ ଅନ୍ତରକୁ

ସେ ଆଷାଢ଼ କୋଳରେ ଶୋଇ

ଅଭ୍ୟର୍ଥିତ ହେବାକୁ ଚାହେଁ

ତା "ଆସତ୍ତି" ପାଇଁ

ମୋ ମାଟିଲଗ୍ନା ବକ୍ଷ

ତୁ ଭେଦି ଯାଉ...... ଅନାୟାସେ

ଆସକ୍ତିକୁ ଭିଜେଇ

ଅଶାନ୍ତିକୁ ଦୁରେଇ।

ଏ ଆଷାଢ଼ ଯିବା ପୂର୍ବରୁ ଦେଇଯା

ଏ ଆର୍ତ୍ତିକୁ ଭରସାର ହାତ

ଆଜି ମୁଁ ଜଗତ କଷଣରେ ମର୍ମାହତ

ବୁହାଇ ବିଷାଦର ଅପରାହ୍ନ

ଦେଇଯା ଆହ୍ଲାଦର ଆଶା ଚିହ୍ନ।


Rate this content
Log in