STORYMIRROR

Lipika Mahapatra

Inspirational

4  

Lipika Mahapatra

Inspirational

ମୁଁ ନାରୀଟିଏ

ମୁଁ ନାରୀଟିଏ

1 min
331


ମୁଁ ନାରୀଟିଏ

ନାଁ କୁ ସାର୍ଥକ କରିବା ଆଶାରେ

ଅଇରୀ ବିହୀନ " ଅୟି " ସମ୍ବୋଧନ ଚାହେଁ.


ନାରୀ ଅର୍ଣ୍ଣବତରୀ

ଜାଣେ ହେବାକୁ ପାରି

ନାରୀ ସୃଷ୍ଟିର ପ୍ରାରମ୍ଭ

ଶୂନ୍ୟତାରେ ଦିଏ ପ୍ରାଣ ଭରି.......

ନିଜ ମଧ୍ୟେ ନିଜକୁ ସଞ୍ଚାରି.........


ପ୍ରତିଦିନ ପ୍ରାର୍ଥନାରେ

ଅରଜି ପକାଏ ପ୍ରଭୂପଦେ

ଏକ ଶାନ୍ତ ସାବଲୀଳ ସୁଖମୟ ଜୀବନପାଇଁ.

ଯନ୍ତ୍ରଣା, ଦୁଃଖ, ଅନ୍ତଫଡା ଚିତ୍କାର

ଚେତନାରେ ଧସିପଶେ ଯେବେ

ସାମାଜିକ ଦାୟିତ୍ୱବୋଧ ହୃଦୟକୁ ଆନ୍ଦୋଳିତ କରେ.

ଅନ୍ୟାୟର ବିରୋଧଭାଷ ଭିତ୍ତିରେ

ସଂସ୍କାରିତ ସମାଜଟିଏ ଲୋଡ଼ା

ଅହିଂସାତ୍ମକ ପରିବର୍ତ୍ତିତ ପାରିପାର୍ଶ୍ୱ ସନ୍ଧନରେ ମୁଁହି....

ହେ ନାରୀଜାତି

ଅମେସବୁ ଅଥଳ ଅର୍ଣ୍ଣବର "ଅର୍ଣ୍ଣବତରୀ "

ଅନନ୍ତ ଆକାଶର ଅରୁଣିମ "ଅରୁଣା "

ସ୍ରଷ୍ଟା ହୋଇ ମାର୍ଜ୍ଜନ କରିଯିବା ସୃଷ୍ଟିର ବ୍ୟତିକ୍ରମକୁ

ଅନୁପ୍ରାଣନ ହୋଇ ସର୍ଜ୍ଜନ କରିଯିବା

ଏକ ନୂତନ ପୃଥିବୀକୁ

ସହଯୋଗୀ ହୋଇ ସହାଭାଗୀ ହୋଇ

ଏହି କଳିଯୁଗରେ

" ଅଯୋନିସମ୍ଭବା " ଭାବେ

ନିଜକୁ ସଜେଇ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational