ନାରୀ
ନାରୀ
ନାରୀ-:
ନାରୀ ସର୍ବ ପ୍ରଥମେ ଜଣେ ମାଆ
ସେ କେଉଁ ସ୍ଥାନରେ ବି ଥାଉ
ଭଉଣୀ ହେଉ କି ଝିଅ ହେଉ
ବାନ୍ଧବି ହେଉ କି ଅବାନ୍ଧବି(ଅଚିହ୍ନା ଅଜଣା) ହେଉ
ପ୍ରେମିକା ହେଉ କି ପତ୍ନି ହେଉ
ତାର ପ୍ରଥମ ରୁପ ସେ ଗୋଟେ ମାଆ ।।
ମୋ ମାଆ, ତୁମ ମାଆ, ଆମ ସମସ୍ତଙ୍କର ମାଆ
ମାଆ କେବଳ ଗୋଟିଏ ମାଆ ହୋଇଥାଏ,
ତ୍ୟାଗ ଓ ବଳିଦାନର ଜୀବନ୍ତ ପ୍ରତିମୂର୍ତ୍ତି ମାଆ,
ଯାହାର ହସ ଖୁସି ଶବ୍ଦଟି ତାର ଜୀବନ ଅଭିଧାନରେ ନାହିଁ,
ପିଲାମାନଙ୍କ ଖୁସିରେ ସେ ଖୁସି,
ଯିଏ ନିଜ ସନ୍ତାନ ସନ୍ତତିଙ୍କ ପାଇଁ ବଞ୍ଚେ
ଓ
ସେମାନଙ୍କ ପାଇଁ ବି ମରେ,
ପିଲାମାନେ ଖୁସି ତ ସେ ବି ଖୁସି
ପିଲାମାନେ ଦୁଃଖୀ ତ ସେ ବି ଦୁଃଖୀ
ସେ ମାଆ ହେଉଛି ବି ଜଣେ ନାରୀ ।
ମାଆର ସମୁଦାୟ ଜୀବନ ପିଲାମାନଙ୍କ ପାଇଁ ନିହିତ ଥାଏ,
ନିଜ ପିଲା କି ପର ପିଲା
କୌଣସି ଭେଦଭାବ ନଥାଏ ମନରେ
କାହିଁକି ନା ସେ ଭେଦଭାବ କରିବା ଜାଣିନି
ସମସ୍ତଙ୍କ ମଙ୍ଗଳ, ସମସ୍ତଙ୍କ ହିତ ଓ ସମସ୍ତଙ୍କ ଉନ୍ନତିରେ
ନିଜ ଜୀବନ ନ୍ୟାଚ୍ଛାବର କରିଦିଏ
କେବଳ ବଳିଦାନ, ସେବା ଓ ତ୍ୟାଗ ସେ ଜାଣିଛି
କିଛି ବି ନିଜ ପାଇଁ ସେ ଚାହେଁନି
ତଥାପି ମାଆକୁ ଆମେ ହତ୍ୟା କରୁ
ପ୍ରାୟତଃ କେବେ ମାଆଟିଏ ହେବା ପୂର୍ବରୁ
କେବେ ଜନମ ହେବା ପୂର୍ବରୁ ଗୋଟିଏ ମାଆକୁ ମାଆ ପେଟରେ(ଗର୍ଭ ନିର୍ଦ୍ଧାରଣ ପରେ ଝିଅଟିଏ ଜାଣି)
କେବେ ଜନମ ହେବା ପରେ (ଝିଅଟିଏ ହୋଇଛି ଜାଣି)
କେବେ ଯୌବନରେ (ବଳତ୍କାର ପରି ଦୁଷ୍କର୍ମ)
ଏମାନେ ଜଣେ ଜଣେ ନାରୀ
ଆଉ ଆମେ
ପ୍ରତି କ୍ଷଣରେ ନାରୀର ହତ୍ୟା
କାହିଁକି ଏମିତି କରନ୍ତି ଆମେ ???
କେବେ ଆମେ ଭାବିଛେ
କୌଣସି ଜାତି ଧର୍ମ କି ବର୍ଣ୍ଣ ହେଉ
ନାରୀ'ର ଅସ୍ତିତ୍ବ ସହ ଖେଳିବା କେବେ ଠିକ୍ କି ?
ଇଶ୍ବର ଆଲ୍ଲା ଓ ଖୁଦା
କେହି ବି କ୍ଷମା ଦେବେନି
କେହି ବି ବଞ୍ଚାଇବେନି
କେବେ ବି ମୁକ୍ତ ହେବନି ଏପରି ନର୍କଗାମୀ କର୍ମର ପାପରୁ ।
ଜଳିଯିବା, ଭସ୍ମ ହୋଇଯିବା
ନିଜ ହାତରେ ଲଗାଇ ଥିବା ଏହି ପାପ ଅଗ୍ନିରେ
ଏହି ଜୀବନରୁ ବି
ଏ ଜୀବନ ପରର ଜୀବନରେ ବି
ଯୁଗ ଯୁଗ ବର୍ଷ ବର୍ଷ ପାଇଁ ପାପାଗ୍ନିରୁ
ମୁକ୍ତି ହେବା ଉଦ୍ଦେଶ୍ୟରେ ।।
ପ୍ରଥମେ ନାରୀକୁ ମାଆର ସମ୍ମାନ ମିଳୁ
ସସମ୍ମାନେ ଭିନ୍ନ ରୁପରେ ଭିନ୍ନ ଭିନ୍ନ ସେବାର
ସମର୍ପି ଦେବ ନାରୀଟି ନିଜକୁ
ଅତି ଆଦରରେ, ସ୍ନେହରେ ଓ ସହୃଦୟରେ
ନିଜସ୍ବକୁ ଅଜାଡି ଦେବ ଟିକିଏ ସମ୍ମାନ ଆଶାରେ
ବାସ୍ ନଥିବ ଭୟ, ନଥିବ ପାପାଗ୍ନିରେ ଜଳିବାର ଅଭିଶାପ
ପୁଣି ଥରେ ହସିବ ନାରୀ ଓ ହସିବ ସଂସାର ।
ସମାଜର ଦର୍ପଣ
-: © ପ୍ରଶାନ୍ତ ସେନାପତି :-