STORYMIRROR

Prasant Kumar Senapati

Others Romance

3  

Prasant Kumar Senapati

Others Romance

ଫେରି ଆସିବ କି ?

ଫେରି ଆସିବ କି ?

1 min
13.7K


ଫେରି ଆସିବ କି ?

ଶୀତୁଆ ସକାଳର ପାହାନ୍ତି ନିଦର ସପନଟେ ହୋଇ,

ସେହି ସପନ ଭିତରେ ଖୋଜୁଥିବି ନିଜକୁ,

ବାସ୍ତବ ଅବାସ୍ତବକୁ, ଅନୁଭବ ଅନୁଭୂତିକୁ,

ସ୍ମୃତିକୁ ପ୍ରୀତିକୁ, ସାଗରକୁ ସାମୁକାକୁ, ଫୁଲକୁ ଭଅଁରକୁ

ଆନନ୍ଦ ମନେ ଗୀତଟେ ଗାଇ ଗାଇ ।

ଫେରି ଆସିବ କି ?

ଉପେକ୍ଷା କରୁଥିବି ସକାଳର କୋଳାହଳକୁ,

ଛନ୍ଦି ହୋଇ ଯାଉଥିବି ତୁମ ସପନର ମାୟାଜାଲରେ,

ଅଧା ଛାଇ ଅଧା ଆଲୁଅରେ ।

ମୁଁ କିନ୍ତୁ ଚାଲୁଥିବି ତୁମ ସପନ ସହ ନୀରବରେ,

ଖୁବ୍ ସାବଧାନେ ପାଦ ଚିପି ଚିପି ଧୀରେ ଧୀରେ ।

ଫେରି ଆସିବ କି ?

କାଳେ ଯଦି ସପନ ଭାଙ୍ଗିଯାଏ,

ତୁମେ ପୁଣି ଭୁଲିଯିବ ମୋତେ,

ବାସ୍ତବେ ହେଉ ଅବାସ୍ତବେ ଭଲ ପାଉଛି ତୋତେ,

ସକାଳର ସୁନେଲି କିରଣେ,

ମୁଁ ଆସୁଥିବି ସବୁ ଦିନେ,

ସପନ ହୋଇ ତୁମରି ଆଖିରେ,

ସଜାଇ ଦେବାକୁ ଟିକିଏ ହସ ଟିକିଏ ଖୁସି

ତୁମ ଗୋଲାପି ଓଠରେ ।।

ଫେରି ଆସିବ କି ?


Rate this content
Log in