ସ୍ବପ୍ନ-:
ସ୍ବପ୍ନ-:
ମନରେ ଅନେକ ସ୍ବପ୍ନ,
ସ୍ବପ୍ନରେ ଅନେକ ରଙ୍ଗ,
ରଙ୍ଗରେ ଅନେକ ସ୍ମୃତି,
ସ୍ମୃତି ଖାଲି ସମ୍ଭାବନାମୟ ।
ଫୁଲରେ ଅନେକ ବାସ୍ନା,
ବାସ୍ନାରେ ଅନେକ ମୋହ,
ମୋହରେ ଅନେକ ଭ୍ରମର,
ଭ୍ରମର ଖାଲି ମରୀଚିକାମୟ ।
ଜୀବନ ଜିଇଁବା ଭଲ,
ସୁଖ ଦୁଃଖର ମୂଲ,
ସବୁଖାଲି କର୍ମମୟ,
ତୁମେ ତ ଦୂର ଦିଗବଳୟ ।
ଲେଉଟାଇଲି ପୃଷ୍ଠା ପରେ ପୃଷ୍ଠା,
ଖୋଜି ଚାଲିଲି ପୁରୁଣା ସ୍ମୃତିକୁ,
ସ୍ମୃତିରୁ ପାଇଲିନି କିଛି ଅନ୍ତ,
ତୁମେ ତ ସର୍ବଦା ଦୂର ଦିଗନ୍ତ ।
ସ୍ବପ୍ନ ମରିଚିକା ପରି,
ରାତିର ଆସ ସକାଳୁ ଯାଅ ଅପସରି,
ଫେରି ଚାଲିଲି ଅତୀତକୁ,
ଭୁଲି ପାରିବିନି କେବେ ତୁମକୁ ।
ପ୍ରେମ ତ ତୁମ ରାଗମିଶା,
କେବେ ଦେଖାଅ ସପନ କେବେ ହତାସା,
ଚାଲିଯାଅ ଦୂରେ ତୁମେ ମୋତେ କରି ଏକା,
ଦୂର ଦିଗବଳୟ ଆଜି ଦିଶେ ଝାପସା ଝାପସା ।
ସ୍ମୃତି ତୁମ ଅସରନ୍ତି,
କେବେ ଆସି ମୋତେ ପଚାରନ୍ତି,
ଠକି ଯିବୁ ଜୀବନେ ମିଛ ମାୟା ସଂସାରେ,
ଏଠି ପ୍ରେମ ସତ୍ୟ, ସ୍ବପ୍ନ ସତ୍ୟ ଓ ସ୍ମୃତି ସତ୍ୟ କିନ୍ତୁ ଅପେକ୍ଷାରେ....