STORYMIRROR

Prasant Kumar Senapati

Romance

3  

Prasant Kumar Senapati

Romance

କାହ୍ନା....

କାହ୍ନା....

2 mins
13.9K


କାହ୍ନା....

କହ୍ନେୟା.....

କିଏ ?.....

ଗହନ ନିଦ୍ରାବସ୍ଥାରେ କାହ୍ନା ଏକ ବିକଳ କଣ୍ଠ ସ୍ବର ଶୁଣିପାରିଲେ ।

"ନିଷ୍ଠୁର ମଥୁରାକୁ ଆସି ମୋତେ ଭୁଲିଗଲେ"....

ମୋ ଠାରୁ ତ ବଇଁଶୀ ଯଥେଷ୍ଠ ଭାଗ୍ୟବାନ....

କେବେ ତୁମ ଓଠରେ ତ କେବେ ତୁମ ହସ୍ତରେ...

ସଦା ସର୍ବଦା ତୁମ ସମୀପରେ, ତୁମ ନୀଳବର୍ଣ୍ଣି ଅଙ୍ଗରେ ବିରାଜ ମାନ ।

"ରାଧେ,,,,,ରାଧେ,,,,ବ୍ୟଗ୍ରତାର ସହିତ ଚତୁର୍ଦ୍ଦିଗକୁ ଦୃଷ୍ଟି ନିକ୍ଷେପ କଲେ ।"

"କାହ୍ନା"....

ମୁଁ ଏଇଠି....

କଦମ୍ବ ବୃକ୍ଷର ଆଢୁଆଳରେ ରାଧାରାଣୀ ଦୃଶ୍ୟ ହେଲେ ।

ଏ କଣ ?...

ସର୍ବଦା ଉଜ୍ଜ୍ବଳ ଜାଜ୍ଜୁଲ୍ୟମାନ ପ୍ରତୀୟ ହେଉଥିବା ମୁଖମଣ୍ଡଳଟି ଆଜି ମଳିନ ପଡିଯାଇଥିଲା ।

"ରାଧେ.... ଏ ଉଦାସୀନ ଭାବ କାହିଁ ପାଇଁ ?

ଭୁଲିନାହିଁ ରାଧେ, କର୍ତ୍ତବ୍ୟରେ ବନ୍ଧା ।

ତୁମେ ମୋ ଅର୍ନ୍ତମନରେ ସଦା ସର୍ବଦା ରହିଅଛ

ରହିଥିବ ଏମିତ ଯୁଗ ଯୁଗ କଳ୍ପ କଳ୍ପ ଯାଏଁ ।

ଅର୍ନ୍ତମନ....?

କେଉଁ ଅର୍ନ୍ତମନ କାହ୍ନା ?

ଥରୁଟିଏ ବି ମନେ ପକାଇନା,

ଥରୁଟିଏ ବି ପଛକୁ ବୁଲି ଅତୀତକୁ ଚାହିଁନା...

ଥରୁଟିଏ ବି ଧ୍ୟାନ ଦେଇନା ତୁମ ରାଧା ବଞ୍ଚିଛି କି ମରିଛି...

ତୁମର ପ୍ରେମ, କେବଳ ପ୍ରେମ ନଥିଲା....

ତୁମର ସଖାପଣ,କେବଳ ସଖାରେ ସୀମିତ ନଥିଲା....

ତେବେ କାହିଁକି ଥରୁଟିଏ ଅତୀତକୁ ଚାହିଁଲ ନାହିଁ, ତୁମ ବିୟୋଗରେ ପ୍ରତି ମୁହୁର୍ତ୍ତରେ ଝୁରି ଝୁରି କିପରି ବଞ୍ଚିଛି...

ବଞ୍ଚିନି ତ,,,,ମରି ମରି ବଞ୍ଚିବାର ଅଭିନୟ କରି ଚାଲିଛି....

ତୁମେ ତୁମ କର୍ତ୍ତବ୍ୟର ଦ୍ବାହି ଦେଇ ସବୁ ଭୁଲିସାରିଛ କାହ୍ନା ।

ରଧେେ....

ମୁଁ ମାନବ ରୁପେ କର୍ତ୍ତବ ବନ୍ଧନରେ ବନ୍ଧା....

ପ୍ରେ୍ମ କରିଥିଲି ଇଶ୍ବର ରୁପରେ, ସାଧରଣ ନୁହଁ ଅସାଧାରଣ ପ୍ରେମ...

ତୁମ ପ୍ରେମରେ ମୁଁ ଅଭିଭୂତ ହୋଇଛି, ସେଥିପାଇଁ ତ ସମସ୍ତଙ୍କୁ ପ୍ରେମ ବାଣ୍ଟି ପାରୁଛି....

କିନ୍ତୁ ମୁଁ ଅସାଧାରଣ ନୁହଁ, ସାଧାରଣ ପ୍ରେମ ଚାହିଁଥିଲି ।

"ରାଧେ"....

ସଜଳ ନେତ୍ରରେ ରାଧା କଦମ୍ବ ବୃକ୍ଷର ଆଢୁଆଳରେ ଲୁଚି ଯାଉଥିଲେ,,,,ଉଭାନ ହୋଇ ଯାଉଥିଲେ....

କଦମ୍ବ ବନ ମହଲରେ ବଦଳି ସାରିଥି୍ଲା....

ଶଯ୍ୟାରୁ ଉଠି କାହ୍ନା ବସି ପଡିଲେ.....

କ୍ଷଣିକ ପାଇଁ ଭାବନାରେ ହଜିଗଲେ....

.

.

ରାଧେ, ଏମିତି ହୋଇପାରନ୍ତା କି,,,,ମୁଁ ସାଧାରଣ ମନୁଷ୍ୟଟେ ହୋଇ ଯାଆନ୍ତି ।

© ପ୍ରଶାନ୍ତ ସେନାପତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance