ଚରିତ୍ରହୀନା
ଚରିତ୍ରହୀନା
ମୁଁ ଅନ୍ବେଷଣରେ ଥିଲି
ଏକ ଚରିତ୍ର ହୀନ ସ୍ତ୍ରୀ'ର
କିନ୍ତୁ ମୁଁ ଆଶ୍ଚର୍ଯ୍ୟ ଆଚମ୍ଭିତ
ଆଜି ଯାଏ କେହିସେମିତି ମିଳିଲେନି ।
କଥା ଏହା ନୁହେଁ ଯେ
ମୁଁ ସଠିକ୍ ରୁପେ ଖୋଜିନି
ମୁଁ ଖୋଜିଛି,,,
ସବୁ ଯାଗାରେ,,,ସବୁ ସ୍ଥାନରେ
ସମସ୍ତ ଚରିତ୍ରର ସ୍ତ୍ରୀଙ୍କ ନିକଟରେ ପହଞ୍ଚିଛି
ଯେଉଁମାନେ ଦେହର ବଜାର ସଜେଇଛନ୍ତି
ଯେଉଁମାନେ କ୍ଲବରେ ଅର୍ଦ୍ଧନଗ୍ନ ଅବସ୍ଥାରେ ନାଚନ୍ତି ଗାଆନ୍ତି
ଯେଉଁମାନେ କାମ ବାସନାରେ ପ୍ରତ୍ୟେକଦିନ ନୂଆ ଚରିତ୍ର ଅବତରନ୍ତି
ସ୍ବାମି ଠାରୁ ଆଖି ଚୋରେଇ ପର ପୁରୁଷ ବାହୁରେ ପ୍ରେମ ଖୋଜନ୍ତି
ମୁଁ ସେ ସମସ୍ତ ସ୍ତ୍ରୀଙ୍କୁ ଦେଖିଲି
କିନ୍ତୁ ମୁଁ ଦ୍ବନ୍ଦରେ ଥିଲି
ସେମାନଙ୍କ ମଧ୍ୟରୁ କେହି ବି ଚରିତ୍ର ହୀନ ନଥିଲେ
କିନ୍ତୁ ସମସ୍ତ ସ୍ତ୍ରୀଙ୍କ ପଛରେ
ନିଶ୍ଚିତ ରୁପେ ଜଣେ ପୁରୁଷର ହାତ ଥିଲା
କାୟର, କାମୁକ, ବାସନାର କାଦୁଅରେ ସଢ ସଢ
ପାଦ ଠାରୁ ମୁଣ୍ଡ ଯାଏ ।
ବୋଧେ ଏହି ଥିଲା "ସେ"
ଯିଏ ସର୍ବ ପ୍ରଥମେ
"ସ୍ତ୍ରୀ'କୁ" ଚରିତ୍ରହୀନାର ଉପାଧୀ ଦେଇଥିଲା
କାହିଁକି ନା ଏକୁଟିଆ ସ୍ତ୍ରୀ ଟେ ଚରିତ୍ରହୀନା ହୋଇନପାରେ ।
ସମାଜର ଦର୍ପଣ