STORYMIRROR

Lipika Mahapatra

Others

3  

Lipika Mahapatra

Others

ଜୀବନ ତଥାପି

ଜୀବନ ତଥାପି

1 min
145

ପାଉଁଶ ତଳୁ ମୁଁ ଏବେ ବି ଜୀବିତ

ସ୍ୱଚକ୍ଷୁରେ ମାପେ ଏଇ ଜଗତ

ଉଦ୍ଧାର ସଂସ୍କାର ପଣ କରିଛି

ଭୁଲିନାହିଁ ମୋର ଅତୀତ କିଛି...


ମାଟି କାମୁଡି ମୁଁ ଏଠି ପଡିଛି

ମାଟି ତୃଷ୍ନା ଅନୁଭୂତ ହେଉଛି

ବୃକ୍ଷ ଥାଇ ଫଳ ଯାଉଛି ଝଡି

ଦମ୍ଭମନେ ରହି ଦେଖି ସହୁଛି.....


କ୍ଷତ ଶୁଖି ଚିହ୍ନ ଏ ଜଳଜଳ

କାନ୍ଦୁଛି ଦରଦ ଚରମତଳର

ରଣକ୍ଷେତ୍ରେ ଯେତେ ରକ୍ତ ବୋହିଛି

ସେ ନଦୀରେ ଅବଗାହୀ ଉଠିଛି......


କେତେ ପ୍ରତାରଣା ଧୋକା ଓ ମିଛ 

ବିଶ୍ୱାସ ହଲେ ଖେଳାଇ ଆତଙ୍କ

ସମ୍ପର୍କର ଦ୍ୱାହି କାନ୍ଦେ ରହି ରହି

ଜୀବନ ପାଇଁ ସହେ ଯେ କଳଙ୍କ......


କଷଣେ ଅଭ୍ୟସ୍ତ ଦେହ ମୋ ମନ

ବଞ୍ଚିବାର ମୋହ କ୍ଷଣକୁ କ୍ଷୀଣ

ସମ୍ପତିର ଲୋଭ ଅଡୁଆ ସୂତା

ଶାନ୍ତେ ଶୋଇ ଦେଖେ କେତେ ମୁଁ ମୌନ.......


ନିତିନିତି ଜନ୍ମା ନୂଆ ଜୀବନ

ଆଗକୁ ଅକଥ୍ୟ ଭରା କଷଣ

ଶବ ପରି ରହି ଦେଖେ ନୟନ

ଚୁପି ସାଧିଛି ଅସହାୟ ମନ.....


ଜୀବନ ତଥାପି ଖେଳୁଛି ଖେଳ

ଥରେ ଦେଖିନିଏ ପୁରେଇ ମନ

ଫେରିବାକୁ ସଜ ଗଡ଼ିଯିବ ସଞ୍ଜ 

ଦୂରପଥ ଯିବି ଉଛୁର ବେଳ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍