STORYMIRROR

Lipika Mahapatra

Fantasy

3  

Lipika Mahapatra

Fantasy

ଆଶାର କଳସ

ଆଶାର କଳସ

1 min
144

ନିର୍ମାଲ୍ୟ କଣିକା କରୁଣାର ପଡନ୍ତା କି ଝରି

ଵାତ୍ସଲ୍ୟ ପ୍ରେମବାରି ସୁଖେ ସତେ ପ୍ରାପ୍ତ କରି

ଅଫୁରନ୍ତ ଆନନ୍ଦରେ ଥରେ ଯାନ୍ତି ସରି

ସତେ ମୋ ଆଶାର କଳସି ଦେବ ପୂର୍ଣ୍ଣ କରି ।

ଆନନ୍ଦାଶ୍ରୁ ମିଶନ୍ତା ପ୍ଲାବିତ ଗଙ୍ଗାରେ

ସ୍ବେଦଗ୍ରନ୍ଥି ସମର୍ପି ତ୍ରିବେଣୀ ସଂଗମରେ

ଇଚ୍ଛାଶକ୍ତି ତ୍ୟାଗପ୍ରାପ୍ତି ଚତୁର୍ଦ୍ଧାମେ କରି

ସତେ ମୋ ଆଶାର କଳସି ଦେବ ପୂର୍ଣ୍ଣ କରି ।

ମାୟାର ସନ୍ତାପକୁ ସଂସ୍କାର କରନ୍ତି

ମୋହ'ର ବିତ୍ପାତକୁ ନିପାତ କରନ୍ତି

ମୁଁ 'ର ସତ୍ତା ହଜି ମୁକ୍ତିରେ ବିଲୀନ ପରି

ସତେମୋ ଆଶାର କଳସି ଦେବ ପୂର୍ଣ୍ଣ କରି ।

"ସର୍ବେ ଭବନ୍ତୁ ସୁଖିନଃ "ସୁମରଣ କରି

ଓଁ ଶାନ୍ତି ଓଁ ଶାନ୍ତି ଉଚ୍ଚାରଣ କରି

ତ୍ରାହି ମାମ ତ୍ରାହି ମାମ ଚୈତନ୍ୟରେ ଭରି

ହରି ଓଁ ହରି ଓଁ ଶବ୍ଦ ତୁଣ୍ଡେ ଧରି ଧରି

ସତେ ମୋ ଆଶାର କଳସି ଦେବ ପୂର୍ଣ୍ଣ କରି

ସଦା ତହୁଁ ଝରୁଥିବ ଅମୃତର ଵାରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy