STORYMIRROR

Lipika Mahapatra

Others

4  

Lipika Mahapatra

Others

ମୃତ୍ୟୁର ଯାତ୍ରା

ମୃତ୍ୟୁର ଯାତ୍ରା

1 min
358


କିଛି ଜୀବନର ଭେଦକୁ ବୁଝିଲି

କିଛି ଅବୁଝା ରହିଗଲା ବାକି ଯାହା

ସମୟ କଷୁଛି ଅଙ୍କ, ହାତେ ଧରି କଲମ

ପଥ ଯେ ଅଛି କେତେ ଚାଲିବାକୁ ଆହା l

ବେଳାଭୂମିପରେ ନିଜ ନାମ ଲେଖି ଲିଭାଇ

ସାଗର କପଟ କରି ନିଜେ ନିଏ ଧୋଇ

ଦିଗବଳୟ ହାତଠାରି ଡାକେ କେଡେ ଶ୍ରଦ୍ଧାରେ

ଆସୁଛି ଆସୁଛି କହେ ଧୈର୍ଯ୍ୟ ଟିକେ ଧର ରେ l

ସ୍ୱପ୍ନର ମଧୁବନେ କେତେ ଯେ ଭ୍ରମିଲି

ପ୍ରାପ୍ତିର ବାଲିଘର ତୋଳିଲି ଭାଙ୍ଗିଲି

ବୟସର ଧାରେ ଧାରେ ସନ୍ତର୍ପଣେ ଚାଲିଚାଲି

ଆୟୁଷର ଅନ୍ତଃପୁରେ ପଦାର୍ପଣ କଲି l

ଦେଖିଲି ଅପେକ୍ଷାରେ ମହାରଥ ପ୍ରସ୍ତୁତ

ସାରଥୀ ମୋ ବାଟଚାହେଁ ବେଳ ରତରତ

ଶେଷ ପୁଷ୍ପଗୁଛ ନେଇ ବିଦାକି ମାଗିଲି ଯାଇ

ମେଲାଣି ବେଳ ଉଛୁର ହେ ମହାନାୟକ l

ଥକିଲା ଜୀବକୁ କୋଳେ ଯତ୍ନେ ଦିଅ ଶୁଆଇ

ପ୍ରାଣ ଛାଡୁ ଆତ୍ମା ନିଅ ନିଜ ସାଙ୍ଗେ ଗୋସାଈଁ

ଛାର ତନୁ ଭସ୍ମ ଘେନୁ କ୍ଷଣକ ମଧ୍ୟରେ ଭେଟି

ମୃତ୍ୟୁରୁ ମୋକ୍ଷ ଯାଏଁ ଯାତ୍ରା ସମାପ୍ତ ଏଇଠି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍