STORYMIRROR

Lipika Mahapatra

Romance

4  

Lipika Mahapatra

Romance

ବେସୁରା ଗୀତି

ବେସୁରା ଗୀତି

1 min
339


ହେ ବରଷା ତୁମେ ଛାତିତଳେ କୋହ

ଚାପି ଯେ ଅସରା ଢାଳଇ କେତେ

ଅଭିମାନ କରି ମାନ ମନେ ଧରି

ବେଦନାଜଡିତ ଭିଜେ ଲୋତକେ ।


କାହା ଅପମାନ ସହ୍ୟ କରିଛ

କିବା ଲାଞ୍ଚନାରେ ଜଳି ଯାଇଛ

ତୁମରି ଲୁହରେ ଜଗତ ଭିଜୁଛି

ଦେଖି ଦେଖି ଦୁଖୀ ତୁମେ ହେଉଛ ।


ଇନ୍ଦ୍ରଧନୁର ଓଢଣୀ ଭିତରେ

କଇଁକଇଁ କାନ୍ଦ ଲୁଚେଇ ଅଛ 

ବିଜୁଳି ଛଳେଇ ଛଳେଇ ହସୁଛି

ଘଡଘଡି ହୋଇ କାଇଁ ସାଧୁଛ।


ହେ ବରଷା ତୁମେ ପ୍ରେମର ଉତ୍ପତ୍ତି

ଅଭିସାର ପଣ କେତେ ଭରୁଛ

ହୃଦୟରେ ପ୍ରୀତି ସଂଗୀତ ଝଙ୍କର

ତୋଳି ପୁଲ୍ଲକିତ କରି ଚାଲିଛ।


ସ୍ମୃତିସବୁ ଭାସିଆସି ପଶୁଛନ୍ତି

ହୃଦୟ ଝରକା ଦେଇ ସମୀରେ

ତୁମ ଛିଟା ପଡି ଶାନ୍ତ ହୁଏ ପୁଣି

ନିଭ୍ରୁତ କୋଠରୀ କୋଣ ସଧିରେ।


ଫେରିବାର ବେଳେ ଭଗ୍ନମନ ଯୋଡି

ଏକାଠି କର ପ୍ରେମରେ ମିଳନ

ଧୋଇଦେଇ ଯାଅ ପୁରାତନ କ୍ଳେଶ

ସମ୍ପର୍କ ହେଉ ସଦା ଅମଳିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance