ଦୁର୍ଗତି ହାରିଣୀ
ଦୁର୍ଗତି ହାରିଣୀ
ନମୋ ନମଃ ଆଲୋ ଦୁର୍ଗତି ହାରିଣୀ
ଦନୁଜ ଦଳିନୀ ମାଆ
ମଣିଷ ରୂପକ ଅସୁର ମାନଙ୍କୁ
ମାରି କାଟି ଚାଟି ଖାଆ ।
ଆସିଛି ଆଶ୍ୱିନ ମାସ ଏ ଶରତ
ଶୋଭା ମୟ ସୁସମୟ
ତୋରଣ ମଣ୍ଡପ ଆଲୋକ ସଜାରେ
ଦିଶେ ସବୁ ଝଲ ମଲ ।
ସତ୍ୟ ଯୁଗେ ସିନା ମହିଷା ଅସୁର
କରୁ ଥିଲା ହର ବର
ଆଜି କଳି ଯୁଗେ ଭାରି ଡର ଲାଗେ
ମଣିଷଙ୍କ କାର ବାର ।
ଦେଖି ଲୋ ଜନନୀ ତ୍ରାହି ଡାକି ଲାଣି
ଚାରି ଆଡେ଼ ଅପରାଧ
ଦିନୁ ଦିନ ଯାଏ ବଢିଣ ପ୍ରଖରେ
ଲାଗେ ଭାରି ଅବସାଦ ।
ମାଆ ଲୋ ମାଆ ଲୋ ଅସୁର ନାଶିନୀ
ଧାରାକୁ ଓହ୍ଲାଇ ଆ ଆ
ସାରା ଜଗତ ରୁ ପାପ ତାପ ନାଶି
ରାକ୍ଷସ ଙ୍କୁ ଧରି ଖାଆ ।
ସଜ ବାଜ ହୋଇ ତୋର ପୂଜା ପାଇଁ
ଅଛି ଏ ମରତ ଧାମ
ଦୁଃଖ , ଦୁର୍ଦ୍ଧଶା ଓ ବିପତ୍ତି ଉତ୍ପାତ
ଯାଉ ପୁରୁ ମନସ୍କାମ ।
ଭକ୍ତି ନଈ ବେଦ୍ୟ ଚରଣେ ବ।ଢ଼ଇ
ଆଜି ଏ ଦଶରା ଦିନେ
ଜୟ ଜୟ ଚଣ୍ଡୀ ଦୁରୁଗା ମାତ ଲୋ
ହରଷ ଭରି ଦେ ମନେ ।
