Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଇଂ ଶୁଭ୍ରାଂଶୁ କୁମାର ବେହେରା

Abstract Action Inspirational

4  

ଇଂ ଶୁଭ୍ରାଂଶୁ କୁମାର ବେହେରା

Abstract Action Inspirational

ଆଉ କରନା ...

ଆଉ କରନା ...

1 min
390


ନା ନା ଆଉ କରନା ... କରନା...

ଏ ସୁନ୍ଦର ପ୍ରକୃତିର ବ୍ୟଭିଚାର ,

ହେ ଜୀବ ଜଗତର ଶ୍ରେଷ୍ଠ ଜୀବ 

ତୁମେ ନିଜକୁ ନକର ଛାରଖାର ।


ପଶୁ ,ପକ୍ଷୀ,କୀଟ ଆହାର କରୁଛ

ତୁମେ ଖାଦ୍ୟ କି ଅଖାଦ୍ୟ ଜାଣୁନାହଁ,

ଏତେ ପରକାରେ ଭରିଛି ବିଧାତା

ଭୋକ କି ଭେକ କୁ ମାନୁନାହଁ ।


ଚୀନ ଦେଶରୁ ଉତ୍ପତ୍ତି ହୋଇଛି

ଏ ତ କୋରୋନା ଭୂତାଣୁ ନୂଆ,

ସୀମା ସରହଦ କିଛି ମାନୁନାହିଁ

ବିଶ୍ଵରେ ଲଗେଇ ଦେଇଛି ନିଆଁ ।


ସଂକ୍ରମିତ ଲୋକ ସଂଗରେ ମିଶିଲେ

କାଳେ କୋରୋନା ଭୂତାଣୁ ଗ୍ରାସୁଛି ,

ନାହିଁ ବୋଲି ତାର ପଥି କି ଓଷଦ

ଦୁନିଆରେ ମହାମାରୀଟିଏ ସାଜିଛି ।


ରୋକି ପାରିବା ଏ ମହାମାରୀ ଟିକୁ

ଶୃଙ୍ଖଳିତ ଟିକେ ହୋଇଲେ,

ବଢ଼ିବାକୁ ଆଉ ଦେବା ନାହିଁ ତାକୁ

ଆମେ ସତର୍କ ହୋଇକି ରହିଲେ ।


ଭଲ କରି ହାତ ସଫା କରୁଥିବା

କେହି ସଂକ୍ରମିତ ହେବେ ନାହିଁ,

ଅକାରଣେ ଘରୁ ବାହାରି ପଦାରେ

ଖଟି, ଗହଳି କରିବା ନାହିଁ ।


କୋରୋନା ସୂଚନା ମାନିକି ଚଳିଲେ

ସବୁ ସୁସ୍ଥ ହୋଇ ରହିବା,

ଥଣ୍ଡା, କାଶ ଅବା ସର୍ଦ୍ଦି ହୋଇଥିଲେ

୧୦୪ ଡାଏଲ କରିବା ।


ସତର୍କ ରହିଲେ ସୁରକ୍ଷିତ ଥିବା

ଜମା କେହି ପଡିଲାନି ବଳି,

ସଚେତନ ହୋଇ ଶୃଙ୍ଖଳିତ ହେଲେ

ଯିବ କୋରୋନା ଶଙ୍କଟ ଟଳି ।



Rate this content
Log in

Similar oriya poem from Abstract