Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Action

4  

Ajit Kumar Raut

Action

ଦିନଚର୍ଯ୍ୟା

ଦିନଚର୍ଯ୍ୟା

1 min
378



ଦିନଚର୍ଯ୍ୟା ହେଲା ଗୃହରେ ରହିବା

ବାହାରକୁ ଯିବା ମନା

କରୋନା ରାକ୍ଷସ ପ୍ରଚଣ୍ଡ ହୋଇଲା

ଅଦୃଶ୍ୟ ରୋଗ ହିଁ ସିନା ।


ଘରେ ରହି ରହି ବିଭିନ୍ନ ଚିନ୍ତାରେ

ଚିନ୍ତିତ ମନହିଁ ହେଲା

କବିର କଳ୍ପନା ସାର୍ଥକ ହୋଇଲା

କଳ୍ପନା ସମୟ ଦେଲା ।


ଡିଜିଟାଲ ସାଧନ ଅମୂଲ୍ୟ ହୋଇଲା

ସବୁ ଡିଜିଟାଲ ହେଲା

ଡିଜିଟାଲ ମନ୍ତ୍ର ସାକାର ହୋଇଲା

ଅଦୃଶ୍ୟ ରୋଗ ହିଁ ଦେଲା ।


ପଠନ ପାଠନ ଡିଜିଟାଲ ହେଲା

ଛାତ୍ରଛାତ୍ରୀ ଉତ୍ସାହିତ

ଡିଜିଟାଲ ଦ୍ବାରା ପଠନ କରନ୍ତି

ହୁଅନ୍ତି ସେ ଆନନ୍ଦିତ ।


ଜନ ସହଯୋଗ ବିଶ୍ବର ଭିତରେ

ଅଦୃଶ୍ୟ ରୋଗ ଆଣିଲା

ହେଉଛି ସାହାଯ୍ୟ ଦେଶ ଦେଶ ମଧ୍ୟେ

କରୋନା ରୋଗ ହିଁ ଦେଲା ।


ଏକତାର ମନ୍ତ୍ର ଶୁଭାରମ୍ଭ ହେଲା

ଏକତ୍ରିତ ମନ୍ତ୍ର ଏବେ

ଯନ୍ତ୍ରଣା ସଙ୍ଗରେ ଗୌରବ ଆଣିଲା

ସଙ୍ଗଠିତ ବିଶ୍ବ ଏବେ ।


ପ୍ରଭୁଙ୍କର ଭକ୍ତି ଅପାର ହୋଇଲା

ନିତି ପ୍ରତିଦିନ ଦେଶେ

ଆଶିର୍ବାଦ ତାଙ୍କ ଦେଶରେ ପଡ଼ିଲା

ନିରୋଗୀ ହୁଅନ୍ତି ଦେଶେ ।


ଦିନଚର୍ଯ୍ୟା ହେଲା ଗୃହରେ ରହିବା

ବାହାରକୁ ଯିବା ମନା

କରୋନା ରାକ୍ଷସ ପ୍ରଚଣ୍ଡ ହୋଇଲା

ଅଦୃଶ୍ୟ ରୋଗ ହିଁ ସିନା ।


Rate this content
Log in

Similar oriya poem from Action