STORYMIRROR

Samar Ballav Bhoi

Romance Action

4  

Samar Ballav Bhoi

Romance Action

ଆଜି ତୁମେ ଅନେକ ଦୂରେ

ଆଜି ତୁମେ ଅନେକ ଦୂରେ

1 min
295


ଖୋଲା ଆକାଶରେ ତୁମେ ମୋତେ

ପାରିବ ଉଡାଇ

ତୁମ ଭାବନାର 

ଚିଠିଟିଏ ପରି

ମୋତେ କେଉଁ ଅଦୂର ରାଇଜକୁ।।

ହୃଦୟର ଖୋଲା ଚିଠିଟିକୁ 

ହଜାଇ ଦେବିନି

ମୁଁ ମୋ ଭାବନାର

ଝଡ ବତାସରେ

ଖୋଜିବାକୁ ସମୟ ନଥିବ

ଝଡ଼ର ନିସ୍ତବ୍ଧତା ପରେ।।

ତୁମେ ପରା ଶାନ୍ତ ହୃଦୟର

ପ୍ରତିଟି ମୂହୁର୍ତ୍ତକୁ ଚାହିଁ ବସିଥାଅ

କା‌ହିଁକି କେଜାଣି ମୋତେ ଏସବୁ

ଅବିଶ୍ବାସ ପରି ଲାଗେ ଯଦି

ତୁମେ ନ ଥାଅ ମୋ ମନର 

ପ୍ରତିଟି ପ୍ରାନ୍ତରେ..... ‌!!

ସବୁ କିଛି ଥାଇ ମଧ୍ୟ

ଲାଗେ ମୋତେ ଯେମିତି ମୁଁ

ଶୂନ୍ୟତାର କବଳରେ

ଯଦି ତୁମେ ନ ଥାଅ 

ମୋ ପାଖରେ

ଏସବୁ ମୁଁ ଭାବୁଥାଏ 

ବସି ବସି ତୁମକୁ ସ୍ମରଣ କରି

ସ୍ମୃତିର ବେଳାରେ....!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance