STORYMIRROR

Samar Ballav Bhoi

Abstract Classics Inspirational

4  

Samar Ballav Bhoi

Abstract Classics Inspirational

ବଡ଼ ଦେଉଳର ପାରା (୧)

ବଡ଼ ଦେଉଳର ପାରା (୧)

1 min
409


ହେ ପ୍ରଭୁ ଜଗନ୍ନାଥ !

ଏ ମାୟା ସଂସାରେ 

କିଛି ଭଲ ଲାଗୁନାହିଁ

ତୁମ ଚରଣରେ ନେବି ଶରଣ 

ମୁଁ ରଖୁଛି ତୁମଠି ମୋ ରାଣ

ତୁମ ଭାବନା ନିଆରା

ତୁମ ରୂପ ତ ନିଆରା

ମୋତେ କରିଦିଅ ପ୍ରଭୁ ତୁମ 

ବଡ଼ ଦେଉଳର ପାରା।।


ମିଛ ମାୟା ସଂସାରେ 

ଭଲ ଲାଗେ ନାହିଁ ଜମା

ମନ୍ଦିର ଚୂଡାରେ ଘୁମୁରୀ ଘୁମୁରୀ 

ତୁମ ନାମ ସୁମରି ସୁମରି 

ବିତିଯାଉ ଏ ଜୀବନ ଡୋରି

ତୁମ ସଂସାର ପାରିଧି

ହୋଇଯିବି ପାରି

ଏ ଭବ ସଂସାର ଟା ପରା

ମୋତେ କରିଦିଅ ପ୍ରଭୁ ତୁମ 

ବଡ଼ ଦେଉଳର ପାରା।।


ଏ ସାରା ସଂସାର ବିଷାକ୍ତ ହୋଇଛି

ପାରିବିନି କିଛି ପାଟିକୁ ନେଇ

ତୁମ ଅବଢ଼ା ଅନ୍ନର ପ୍ରସାଦ ସେବନେ

ଭୋକ ମୋର ମରିଯିବ ସେଇ

ସବୁ ତ ନକଲି ସବୁ ଏଠି ଜାଲି 

ମୁଁ ପାରୁନାହିଁ ନିଃଶ୍ବାସ ନେଇ

ତୁମ ପାଶେ ପ୍ରଭୁ ଦିଅ ମୋ ଆଶରା

ରହିଯିବି ଏଠି ବରଷ ସାରା

ମୋତେ କରିଦିଅ ପ୍ରଭୁ ତୁମ 

ବଡ଼ ଦେଉଳର ପାରା।।


ନିଃଶ୍ବାସ ପ୍ରଶ୍ବାସ ସବୁ ଏଠି ବିଷ

ଦିଅ ମୋତେ ପ୍ରଭୁ ଟିକିଏ ଆଶିଷ

ତୁମ ସ୍ୱର୍ଗ ଦ୍ବାରେ ନେବି ମୁଁ 

ମୋ ଜୀବନ ର ଶେଷ ନିଃଶ୍ୱାସ

ହଜୁଛି ଶବର ଠିକଣା ହେ ପ୍ରଭୁ

କାହିଁକି କେଜାଣି ପାଉନି ଭରସା 

ଏ ମରତେ ହନ୍ତସନ୍ତ ବରଷ ସାରା

ମୋତେ କରିଦିଅ ପ୍ରଭୁ ତୁମ 

ବଡ଼ ଦେଉଳର ପାରା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract