STORYMIRROR

Samar Ballav Bhoi

Abstract Children Stories Inspirational

3  

Samar Ballav Bhoi

Abstract Children Stories Inspirational

ଗୁରୁ ଦିବସ

ଗୁରୁ ଦିବସ

1 min
210


ସେପ୍ଟେମ୍ବର ପାଞ୍ଚ ତାରିଖ

ଆସିଲେ ମନେ ପଡେ ପବିତ୍ର 

ଗୁରୁ ଦିବସର କଥା...... ‌

ଗୁରୁ ଶ୍ରେଷ୍ଠ ଗୁରୁ ହିଁ ସାକ୍ଷାତ ଈଶ୍ୱର

ଗୁରୁ ଚିରକାଳ ନମସ୍ୟ ଓ ବନ୍ଦନୀୟ 

ଅଗାଧ ଜ୍ଞାନର ଅସରନ୍ତି ଭଣ୍ଡାର।।

ଗୁରୁଙ୍କ ମାର୍ଗ ଦର୍ଶନେ ହେଲେ ପରିଚାଳିତ 

ସୁମାର୍ଜିତ, ସୁଗମ ହୁଏ ଜୀବନ ଯାତ୍ରା 

ମହମବତୀ ଟିଏ ଯେଉଁ ଭଳି 

ନିଜକୁ ତିଳ ତିଳ କରି ଜାଳି 

ଅନ୍ୟକୁ କରେ ଆଲୋକ ପ୍ରଦାନ 

ସେହିପରି ସେହି ପରମ ପୁରୁଷ, 

ପରମାତ୍ମା ଗୁରୁ ଅଜ୍ଞାନ ରୂପକ 

ଅନ୍ଧକାରକୁ ଦୂରୀଭୂତ କରିବା 

ନିମନ୍ତେ ନିଜକୁ ଉତ୍ସର୍ଗ କରନ୍ତି ସବୁଦିନ ।।

ନିଜ ସମୟ,ଜ୍ଞାନକୁ କରନ୍ତି ବିନିଯୋଗ 

ସ୍ବସନ୍ତାନ ତୁଲ୍ୟ ଶିଷ୍ୟଙ୍କ ନିମନ୍ତେ ,

ଗୁରୁ ଜ୍ଞାନ, ଶିକ୍ଷା ଅଟେ ସୂଚନାର

ଏକ ସର୍ବୋତ୍କୃଷ୍ଟ ସ୍ରୋତ

ଜୀବନ ମୂଳଦୁଆ କରନ୍ତି ସୃଷ୍ଟି 

ସେହି ସଦ୍ ଗୁରୁ ....

ଯାହା ଜୀବନ ସାରା 

ଆମକୁ ହୋଇ ଥାଏ ସହାୟକ ।।

ଆମର ସୃଜନ ଶକ୍ତି, ଧୀଶକ୍ତି, 

ବିଚାର ଶକ୍ତିକୁ ଉନ୍ନତ କରିବା ନିମନ୍ତେ, 

ଆମର ବ୍ୟକ୍ତିତ୍ୱକୁ ବିକଶିତ କରିବାରେ 

ଗୁରୁ ଦାୟିତ୍ୱ ସମ୍ଭାଳିଥାନ୍ତି ସେହି ସଦ୍ ଗୁରୁ ।

ଗୁରୁଙ୍କ ଆଦେଶକୁ, ନିର୍ଦ୍ଦେଶକୁ 

ଭକ୍ତି ଓ ଶ୍ରଦ୍ଧା ସହକାରେ କଲେ ପାଳନ 

ଛାତ୍ର ଛାତ୍ରୀ ହୋଇବେ ଉତ୍ତମ ମଣିଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract